ଅନୁଗୁଳୁରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଆମଭାରତ { ଅନୁଗୁଳୁ }: ଅନୁଗୁଳୁ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଭାଜପା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ଉପସଭାନେତ୍ରୀ ନିୟତି ଗିରି, ରାଜ୍ୟ ସୋସିଆଲ ମିଡିଆ ଆବାହକ କସ୍ତୁରୀ ମିଶ୍ର, ରାଜ୍ୟ ସମ୍ପାଦିକା ଦିପ୍ତିରେଖା ନାୟକଙ୍କ ସହ ଜିଲା ନେତୃମଣ୍ଡଳୀ ସାମିଲ ଥିଲେ। ଏହି ଅବସରର ଭାଜପା ଉପସଭାନେତ୍ରୀ ଶ୍ରୀମତି ପଟ୍ଟନାୟକ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଗିରଫ କରି ଫାଶି ଦିଆଗଲେ ମୃତ ନାବାଳିକାଙ୍କ ପରିବାର ପ୍ରକୃତ ନ୍ୟାୟ ପାଇବେ।

Leave a Reply

Your email address will not be published. Required fields are marked *