ଭୁବନେଶ୍ୱର, ୨୭ା୭ ( ଆମ ଭାରତ ): ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୦୭୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫କୁ ବୃଦ୍ଧି ପାଇଛି । ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ମୃତ୍ୟୁ ହୋଇଥିବା ୫ଜଣଙ୍କ ମଧ୍ୟରେ ଗଞ୍ଜାମର ୩ଜଣ, ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ହୋଇଥିବା ୩ଜଣଙ୍କ ବୟସ ଯଥାକ୍ରମେ ୬୦,୬୧ ଓ ୪୦ବର୍ଷ । ଗଜପତିରେ ୭୨ବର୍ଷୀୟ ଓ କନ୍ଧମାଳରେ ୮୬ବର୍ଷୀୟ ବୃଦ୍ଧକଙ୍କ ମୃତ୍ୟୁ ଘଟିଛି । ସମସ୍ତେ କରୋନା ସହ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।
ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗଞ୍ଜାମରୁ ସର୍ବାଧିକ ୩୭୧, ଖୋର୍ଦ୍ଧାରୁ ୧୨୧, ରାୟଗଡ଼ାରୁ ୯୬, ମାଲକାନଗିରିରୁ ୬୬, କଟକରୁ ୫୭,ଜଗତସିଂହପୁରରୁ ୩୫, ଝାରସୁଗୁଡ଼ାରୁ ୩୪, ସୁନ୍ଦରଗଡ଼ରୁ ୨୯, ପୁରୀରୁ ୨୮, ବରଗଡ଼ରୁ ୨୬, କେନ୍ଦ୍ରାପଡ଼ାରୁ ୨୪, ଗଜପତିରୁ ୨୪,ସମ୍ବଲପୁରରୁ ୨୦, ଯାଜପୁରରୁ ୨୦, ନବରଙ୍ଗପୁରରୁ ୧୭, କେନ୍ଦୁଝରରୁ ୧୬, କୋରାପୁଟରୁ ୧୫, କଳାହାଣ୍ଡିରୁ ୧୫, ମୟୁରଭଞ୍ଜରୁ ୧୩, କନ୍ଧମାଳରୁ ୧୩, ସୋନପୁରରୁ ୧୦,ବାଲେଶ୍ୱରରୁ ୧୦, ବଲାଙ୍ଗୀରରୁ ୬, ନୟାଗଡ଼ରୁ ୫, ବୌଦ୍ଧରୁ ୩, ଢ଼େଙ୍କାନାଳରୁ ୨, ଭଦ୍ରକ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।