ଆମଭାରତ: ପଦଯାତ୍ରା ବାହାନାରେ ପୋଲିସକୁ ପିଟିଲେ, କଲର ଧରି ଗାଳିଗୁଲଜ କଲେ ଜବାବ ମାଗୁଛି ବେବିନା ନାଁରେ ଜବରଦସ୍ତ ଡ୍ରାମା। ରାଜଧାନୀ ରାଜରାସ୍ତାରେ ମହିଳା ମୋର୍ଚ୍ଚାର ମହାଡ୍ରାମା। ବେବିନାକୁ ନ୍ୟାୟ ଦେବା ବାହାନାରେ ବିଜେପିର ବାଡ଼ାବାଡ଼ି ଫଣ୍ଡା । ଲାଲଚୁଡ଼ି ଧରି ରକ୍ତମୁଖା ସାଜିଲେ ବିଜେପି ମହିଳା । ଆଜି ଦିନ ତମାମ ଚୁଡ଼ି ଧରି ରାଜଧାନୀରେ ନାଟକ ରଚିଛି ବିଜେପି । ଜବାବ ମାଗୁଛି ଓଡ଼ିଶା ଓ ବେବିନାକୁ ନ୍ୟାୟ ଦାବିରେ ଦୀର୍ଘ ୨୧ ଦିନ ହେବ ବିଜେପିର ନାଲି ଚୁଡ଼ି ଅଭିଯାନ ଆଜି ସରିଛି । ଅଭିଯାନ ସରିବା ଆଗରୁ ଉତ୍ତେଜନା ସୃଷ୍ଟି କରିଛି ବିଜେପି ମହିଳା ମୋର୍ଚ୍ଚା । ଗତ କିଛି ଦିନ ହେବ ବିଜେଡି ନେତାଙ୍କୁ ନାଲି ଚୁଡ଼ି ଦେବାକୁ ବିଜେପି ମହିଳା ମୋର୍ଚ୍ଚା ବିଭିନ୍ନ ସମୟରେ ନବୀନ ନିବାସ ଓ ସଚିବାଳୟ ଘେରାଉ ଉଦ୍ୟମ କରିଥିଲେ ହେଁ ଆଜି କିନ୍ତୁ ମହିଳା ମୋର୍ଚ୍ଚାର ଔଦ୍ଧତ୍ୟ ମାତ୍ରାଧିକ ହୋଇଛି । ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ବାରିକେଟ ଭାଙ୍ଗି ଧସେଇ ପଶିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ନାଲି ଚୁଡ଼ି ଧରି ସଚିବାଳୟ ଘେରିବାକୁ ଉଦ୍ୟମ କରିଥିଲେ ସଚିବାଳୟ ଗେଟରେ ମହିଳା କର୍ମୀ ନାଲିଚୁଡ଼ି ବାନ୍ଧିବାକୁ ଯିବାବେଳେ ଅଟକାଇଥିଲା ପୋଲିସ୍ । ଆଉ ତା ପରେ ହିଁ ଅସଲି ଔଦ୍ଧତ୍ୟ ଦେଖାଇଥିଲେ ବିଜେପି ମହିଳା କର୍ମୀମାନେ । କର୍ମୀଙ୍କୁ ଅଟକାଉଥିବା ପୋଲିସଙ୍କ ସହ ମହିଳାମାନଙ୍କ ହାତହାତି ହୋଇଥିଲା । ଏହାସହ ବରିଷ୍ଠ ପୋଲିସଙ୍କ ହାତରେ ଚୁଡ଼ି ପିନ୍ଧାଇବାକୁ ବି ମହିଳାମାନେ ଅଡ଼ି ବସି ବରିଷ୍ଠ ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ । ଉଭୟ ପୁରୁଷ ଓ ମହିଳା ପୋଲିସ କର୍ମଚାରୀଙ୍କ କଲର ଧରି ଟଣାଓଟରା କରିବା ସହ ପୋଷାକ ଭିଡ଼ାଭିଡ଼ି କରିଥିଲେ । କିଛି ମହିଳା ରାସ୍ତା ଉପରେ ଗଡ଼ି ପ୍ରତିବାଦ କରୁଥିବା ବେଳେ ଆଉ କିଛି ବାରିକେଟ ତଳେ ପଶି ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।
ଲାଲଚୁଡ଼ି ଧରି ରକ୍ତମୁଖା ସାଜିଲେ ବିଜେପି ମହିଳାମୋର୍ଚ୍ଚା
