ଆମଭାରତ ( ଭୁୂବନେଶ୍ୱର )୨୧.୧- ଆଜି ସଂନ୍ଧ୍ୟାରେ ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ରାହୁଲ
ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି
ବୈଠକରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗ୍ରସ୍ତକୁ ସଫଳ କରିବାପାଇଁ ଭୁବନେଶ୍ୱର ଜିଲ୍ଲାର କର୍ମକର୍ତା
ୱାର୍ଡ଼ ସଭାପତି, ବ୍ଲକ ସଭାପତି, ବୁଦ୍ଧିଜୀବି, ଯୁବକ, ଛାତ୍ର ଓ ମହିଳାମାନଙ୍କ ମତାମତ ଗ୍ରହଣ କରି
ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ଅନିଲ ଚୌଧୁରୀ ଏବଂ ଏଆଇସିସି ଯୁଗ୍ମ ସଂପାଦକ ଆଦିତ୍ୟ
ଶର୍ମା ଉପସ୍ଥିତ ରହି ତାଙ୍କର ସାଂଗଠନିକ କର୍ମକର୍ତାଙ୍କୁ ଉଦ୍ବୋଧନ ଦେଇ ଭୁବନେଶ୍ୱର କାର୍ଯକ୍ରମକୁ
ସଫଳ କରିବାପାଇଁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ
ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର
ଜିଲା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ,
ଶୁଭେନ୍ଦୁ ମହାନ୍ତି, ମୁଖପାତ୍ର ବିଭୁ ତରାଇ ଓ କିଶୋର ଜେନାଙ୍କ ସହ ବହୁ କର୍ମକର୍ତା
ଯୋଗଦେଇଥିଲେ ।
Prev Post