Odisha Latest Breaking News & Current Headlines

୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ।

0

ଭୁବନେଶ୍ୱର, ୨୦ା୬( ଆମ ଭାରତ):  ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାେରେଣ୍ଟିନ ସେଣ୍ଟରରୁ ୧୫୦ ଓ ସ୍ଥାନୀୟ ଅଞ୍ଚଳରୁ ୨୯ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୭, ଖୋର୍ଦ୍ଧାରୁ ୨୭, କେନ୍ଦୁଝରରୁ ୧୮, କଟକରୁ ୧୫, ମୟୁରଭଞ୍ଜରୁ ୧୦, ଅନୁଗୁଳରୁ ୬, ଭଦ୍ରକରୁ ୫, କେନ୍ଦ୍ରାପଡ଼ାରୁ ୫, ରାୟଗଡ଼ାରୁ ୫, ଜଗତସିଂହପୁରୁରୁ ୪, ଯାଜପୁରରୁ ୩, ବରଗଡ଼ରୁ ୨, ମାଲକାନଗିରିରୁ ୨, ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।  ମୃତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ୬୦ ବର୍ଷର ବୃଦ୍ଧ ।  ବହୁ ଦିନରୁ ସେ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଥିଲେ ।

Leave A Reply

Your email address will not be published.