ମୁମ୍ବାଇ ( ଆମ ଭାରତ ) ୧୪ ।୬: ବଲିଉଡ ଜଗତର ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଆଜି ମୃତ୍ୟୁ ଘଟିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ସୁଶାନ୍ତଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ପୋଲିସକୁ ଫୋନ କରି ଜଣାଇଛନ୍ତି । ଏନେଇ ବଲିଉଡ ଜଗତରେ ଆଜି ଦୁଃଖର କଳା ବାଦଲ ଛାଇଯାଇଛି । ସେ ଧୋନୀଙ୍କ ବାୟୋପିକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ତେବେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୁଶାନ୍ତ ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଥିବା ବେଳେ ସେ ଟିଭି ଅଭିନେତା ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରଥମେ ‘କିସ ଦେଶ ମେ ବୈ ମେରା ଦିଲ’ ସିରିଏଲରେ କାମ କରିଥିଲେ । ପରେ ପବିତ୍ର ରିସ୍ତାରେ କାମ କରିବା ପରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ।