Odisha Latest Breaking News & Current Headlines

ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨ ଆକ୍ରାନ୍ତ ସଂଖ୍ୟା ୧୭୭ ।

0

ଭୁବନେଶ୍ୱର :୬ ।୫

( ଆମ ଭାରତ ):ରାଜ୍ୟରେ କରୋନାରେ ମୃତକଙ୍କ ସଂଖ୍ୟା ୨ରେ ପଂହଚିଛି । ପୂର୍ବରୁ ଭୁବନେଶ୍ୱରର ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କୋରୋନାରେ ଦ୍ବିତୀୟ ମୃତ ବ୍ୟକ୍ତିଙ୍କ ତଥ୍ୟ ଦେଲେ ସରକାର । ମୃତକ ଭୁବନେଶ୍ବର ମଧୁସୂଦନ ନଗରର ୭୭ ବର୍ଷୀୟ ବୃଦ୍ଧ । ମୃତ ବ୍ୟକ୍ତିଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଥିଲା
ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡ୍‌ନି ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ବର କିମ୍‌ସ କୋଭିଡ ହସ୍ପିଟାଲରେ ବୃଦ୍ଧଙ୍କ ମୃତ୍ୟୁ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି ।ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.