Odisha Latest Breaking News & Current Headlines

ରାଜ୍ୟରେ ସୁସ୍ଥ ହେଲେ ୧୪ କରୋନା ଆକ୍ରାନ୍ତ ।

0

ଭୁବନେଶ୍ୱର, ୧ା୫

( ଆମ ଭାରତ ): ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ଆଉ ୧୪ଜଣ କରୋନାରେ ଆକ୍ରାନ୍ତ ଥିବା ସୁସ୍ଥ ହୋଇଛନ୍ତି । ୧୪ଜଣଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରେ ଜଣେ ହୋଇଥିବା ବେଳେ ଭୁବନେଶ୍ୱରର ୩, ବାଲେଶ୍ୱରର ୩ ଓ ଭଦ୍ରକରେ ୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ବର୍ତ୍ତମାନ୧୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୨ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.