ଭୁବନେଶ୍ୱର, ୨୩ା୪( ଆମ ଭାରତ ): ରାଜ୍ୟରେ ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହାସହ ଓଡ଼ିଶାରେ ୮୭ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୫୩ଜଣ ରାଜ୍ୟରେ କରୋନା ଆକ୍ରାନ୍ତରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ଜଣାପଡିଥିବା ସମସ୍ତ ୪ ପଜିଟିଭ୍ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସମ୍ପର୍କୀୟ।୪ ପଜିଟିଭ୍ ମଧ୍ୟରେ ୩ ମହିଳା , ଜଣେ ପୁରୁଷ ।ରାଜ୍ୟର ୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୧ ପୁରୁଷ , ୨୬ ମହିଳା ।