ଏହାସହ ସୀମା ସିଲ୍ ପ୍ରସଙ୍ଗରେ ସେ କହିଛନ୍ତି ଯେ ସମ୍ପୂର୍ଣ୍ଣ ସୀମା ସିଲ କରିବା ସମ୍ଭବପର ନୁହେଁ । ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ସମ୍ପୂର୍ଣ୍ଣ ସିଲ୍ ସମ୍ଭବ ନୁହେଁ । ବାହାରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଞ୍ଚାୟତସ୍ତରରେ ୫ଜଣିଆ କମିଟି ଗଠନ କରାଯିବ । ସରପଞ୍ଚ ସେହି କମିଟିର ଅଧକ୍ଷ ରହିବେ । କମିଟିିରେ ପଞ୍ଚାୟତ ସମ୍ପାଦକ, ଶିକ୍ଷକ ଓ ଜିଆରଏସ୍ ରହିବେ । ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱ ଏହି କମିଟିକୁ ଦିଆଯାଇଛି ।
ଭଦ୍ରକ, ଯାଜପୁର ଓ ବାଲେଶ୍ବର ଜିଲ୍ଲା ପାଇଁ ୩ ସଚିବଙ୍କୁ ଦାୟିତ୍ବ ଦେଲେ ସରକାର, ଅବକାରୀ ପ୍ରମୁ ସଚିବ ଏସ୍.କେ. ଲୋହାନୀଙ୍କୁ ଭଦ୍ରକ, ରାଜ୍ୟପାଳଙ୍କ ସଚିବ ପି.କେ. ମେହର୍ଦ୍ଦାଙ୍କୁ ଯାଜପୁର, ସ୍ବତନ୍ତ୍ର କୃଷି ସଚିବ ଏସ୍. କେ. ବଶିଷ୍ଠଙ୍କୁ ବାଲେଶ୍ବର ଜିଲ୍ଲା ଦାୟିତ୍ବ ।