ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । Featuredଓଡ଼ିଶାଜୀବନଚର୍ଯ୍ୟା By Ama Bharat Last updated Apr 21, 2020 0 Share ଭୁବନେଶ୍ୱର, ୨୧ା୪( ଆମ ଭାରତ ): ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା । ସେ ସ୍ୱାସ୍ଥ୍ୟକର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କରୋନା ମୁକାବିଲାରେ ନିୟୋଜିତ ହୋଇଥିବା ସମସ୍ତ ସରକାରୀ ଓ ଘେରୋଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏହି ଘୋଷଣା କରାଯାଇଛି । କରୋନା ଚିକିତ୍ସା ବେଳେ ମୃତ୍ୟୁ ହେଲେ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦକୁ ମିଳିବ । ଏହାସହ ମୃତ୍ୟୁ ହେଲେ ପରିବାରକୁ ଅବସର ଯାଏଁ ପୁରା ଦରମା ମିଳିବା ସହ ସହିଦର ସମ୍ମାନ ମିଳିବ । ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ । ଦୁର୍ବ୍ୟବହାର କଲେ ସମ୍ପୃକ୍ତ ବ୍ୟକ୍ତି ଏନଏସଏରେ ଗିରଫ ହେବେ । ଏହାକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଭାବେ ମଧ୍ୟ ବିଚାର କରାଯିବ । ଜାତୀୟ ନିରାପତ୍ତା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । 0 Share
ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ । ଦୁର୍ବ୍ୟବହାର କଲେ ସମ୍ପୃକ୍ତ ବ୍ୟକ୍ତି ଏନଏସଏରେ ଗିରଫ ହେବେ । ଏହାକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଭାବେ ମଧ୍ୟ ବିଚାର କରାଯିବ । ଜାତୀୟ ନିରାପତ୍ତା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର ।