Odisha Latest Breaking News & Current Headlines

୨୦ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଅଫିସ୍ କାର୍ଯ୍ୟକ୍ଷମ ହେବ।

0

ଭୁବନେଶ୍ୱର ( ଆମ ଭାରତ ) ୧୭/୪ : ଚଳିତମାସ ୨୦ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଅଫିସ୍ କାର୍ଯ୍ୟକ୍ଷମ ହେବ। ରାଜ୍ୟ ସରକାର ସମସ୍ତ ବିଭାଗ ମଧ୍ୟରୁ ୧୧ଟିକୁ କ୍ରିଟିକାଲ ଓ ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ବର୍ଗର ଚିହ୍ନଟ କରି ଅଫିସ୍ କାର୍ଯ୍ୟକୁ ଏପ୍ରିଲ ୨୦ରୁ ସ୍ୱାଭାବିକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହେବା ସହ ପୂର୍ବରୁ ଏ ସଂକ୍ରାନ୍ତରେ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି। ଏପ୍ରିଲ ୨୦ରୁ ମଇ ୩ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ବିଭାଗ ଓ ସରକାରୀ ଅଫିସଗୁଡ଼ିକ ୨୦ତାରିଖରୁ କିଭଳି କାର୍ଯ୍ୟକ୍ଷମ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ କଟକଣା ମଧ୍ୟ ଜାରି ହୋଇଛି।

୧୧ଟି ବିଭାଗକୁ କ୍ରିଟିକାଲ ବର୍ଗ ଭାବେ ଚିହ୍ନଟ କରି ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ବର୍ଗରେ ବର୍ଗୀକୃତ କରିଛନ୍ତି। ପୂର୍ବରୁ ଯେଉଁ ୧୧ଟି ବିଭାଗକୁ କ୍ରିଟିକାଲ ଭାବେ ଚିହ୍ନଟ କରାଯାଇଥିଲା ସେହି ବିଭାଗଗୁଡ଼ିକର ସମସ୍ତ ଗ୍ରୁପ୍‌-ଏ ବର୍ଗର ଅଫିସରମାନେ ନିଶ୍ଚିତ ଭାବେ ଅଫିସ୍ ଆସିବେ। ତେବେ ଏହି ବିଭାଗଗୁଡ଼ିକରେ କାର୍ଯ୍ୟରତ ଗ୍ରୁପ୍‌-ବି, ସି, ଡି ଅଧିକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଅଫିସ୍ ଆସିବେ। ସେମାନେ ରୋଷ୍ଟର ବେସିସରେ ଅଫିସ ଆସିବେ ।

୧୧ଟି କ୍ରିଟିକାଲ ବର୍ଗର ବିଭାଗ ହେଲା- ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର ବିଭାଗ, ଏସଆରସି ଓ ଓସଡମା ସମେତ କୃଷି ଓ କୃଷକ କଲ୍ୟାଣ, ସମବାୟ, ମତ୍ସ୍ୟ ଓ ପଶୁପାଳନ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ।ବିଭାଗଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ଭାବେ ବର୍ଗୀକୃତ କରାଯାଇଛି। ଏହି ବିଭାଗଗୁଡ଼ିକର ଗ୍ରୁପ-ଏ ଅଫିସରମାନେ ନିଶ୍ଚିତ ଭାବେ ଅଫିସ୍ ଆସିବେ। ତେବେ ଗ୍ରୁପ୍‌-ବି,ସି,ଡି ବର୍ଗର ଅଧିକାରୀଙ୍କ ମଧ୍ୟରୁ ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ବେସିସରେ ଅଫିସ୍ ଆସିବେ।

Leave A Reply

Your email address will not be published.