ଭୁବନେଶ୍ୱର, ୧୨ା୪ ( ଆମ ଭାରତ ): ଗତକାଲି ରାତିରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ତଥ୍ୟ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇ ନଥିଲା । ତେବେ ରବିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ୪ଜଣଙ୍କ ବିଷୟରେ ତଥ୍ୟ ସାର୍ବଜନୀନ କରାଯାଇଛି । ଏହି ତଥ୍ୟ ଅନୁସାରେ ଏହି ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ଼ର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡାର ଏବଂ ଅନ୍ୟ ଜଣେ ଭୁବନେଶ୍ୱରର । ଏହି ୪ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସିଂ କରାଯାଉଛି ।
୨ ଟି କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଲେ ଜିଲ୍ଲାପାଳ ସୁନ୍ଦରଗଡ଼ ବିଶ୍ରା ଓ ଆଖପାଖ ୮ ଗାଁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷିତ । ଜୋନ୍ ଭିତରେ ପ୍ରାୟ ୧୫୦୦ ଘର ଅଛି , ୪୮ ଘଣ୍ଟା ଭିତରେ ଘରକୁ ଘର ବୁଲି ସର୍ଭେ କରି କଣ୍ଟାକ୍ଟ ଟ୍ରେସିଂ କରାଯିବ ।ସିଲ୍ ହେଲା ବିଶ୍ରା , ୪୮ ଘଣ୍ଟା ଯାଏଁ ଘରୁ ବାହାରକୁ ବାହାରିପାରିବେନି ଲୋକେ , ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବି ଯାଇପାରିବେନି , ଘରେ ସାମଗ୍ରୀ ପହଂଚାଇବ ପ୍ରଶାସନ ।