ଅମଭରତ୍ ( ବ୍ୟୁର ): ଜାନୁଆରୀ ୨୬ ତାରିଖ ସୁଦ୍ଧା ‘କାଳିଆ’ ଯୋଜନାର ହିତାଧିକାରୀଙ୍କୁ ଟଙ୍କା ମିଳିବ। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ। ଆଜି ୨୬ ତାରିଖ ସୁଦ୍ଧା ‘କାଳିଆ’ ଯୋଜନାର ହିତାଧିକାରୀଙ୍କୁ ମିଳିବ ଟଙ୍କାସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ନିୟମିତ ଭାବେ ନେଣଦେଣ କରୁଥିବା ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଟଙ୍କା ମିଳିବ ବୋଲି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତେବେ ଏବେ ଆବେଦନ କରୁଥିବା ଚାଷୀଙ୍କୁ ଯାଞ୍ଚ ପରେ ଟଙ୍କା ଦିଆଯିବ। ଅଧିକାରୀ ଯାଞ୍ଚ ତାଲିକା ଦେଲା ପରେ ୨୬ ତାରିଖ ସୁଦ୍ଧା ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।