Odisha Latest Breaking News & Current Headlines

ସିବିଆଇର ନିର୍ଦେଶକ ପଦରୁ ହଟିଲେ ଆଲୋକ ବର୍ମା

0

ଆମ ଭାରତ ଦିଲ୍ଲୀ ( ବ୍ୟୁର ) : ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇ ଦିଆଯାଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି l ଆଲୋକ ବର୍ମା ଏବଂ ଯାଞ୍ଚ ଏଜେନ୍ସିର ଦୁଇ ନମ୍ବର ଅଫିସର ରାକେଶ ଆସ୍ଥାନାଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ କେନ୍ଦ୍ର ସରକାର ଆଲୋକ ବର୍ମାଙ୍କୁ ଛୁଟିରେ ପଠେଇ ଦେଇଥିଲେ l କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଲୋକ ବର୍ମା ସୁପ୍ରିମକୋର୍ଟରେ ଅପିଲ କରିଥିଲେ l ଆଲୋକ ବର୍ମାଙ୍କ ଅପିଲ ପରେ ସୁପ୍ରିମକୋର୍ଟ ବର୍ମାଙ୍କୁ ୭୭ଦିନ ପରେ ନିଯୁକ୍ତ କରିଥିଲେ l ତଥାପି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଉଚ୍ଚ ଅଧିକାରୀ ନେବେ ବୋଲି କହିଥିଲେ l ଜାନୁଆରୀ ୩୧ ତାରିଖରେ ଆଲୋକ ବର୍ମାଙ୍କ କାର୍ଯ୍ୟକାଳ ସମାପ୍ତ ହେବାରଥିଲା l

Leave A Reply

Your email address will not be published.