କଟକ ( ଆମ ଭାରତ ) ୨୩/୧। : ମହାନଦୀ ପଠାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା , କଟକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ୟାକେଜ୍ ଘୋଷଣା, ମହାନଦୀ ପଠାରେ ୪୨୧ ଏକର ଜମିରେ ହେବ ବିଭିନ୍ନ ପ୍ରକଳ୍ପ, ୬ ଲେନ୍ ବିଶିଷ୍ଟ ହେବ ରିଂ ରୋଡ୍.ମାର୍ଚ୍ଚରେ ଏସସିବି ମେଡ଼ିକାଲ କଲେଜର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବ । କ୍ରୀଡ଼ା, ସାଂସ୍କୃତିକ ନିର୍ବାଣ ସହ ସବୁଜ ବଳୟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ କଟକବାସୀଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।