ଭୁବନେଶ୍ୱର ( ଆମ ଭାରତ ) ୧୭/୧୧ : ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ‘ମୋ ସରକାର’ ପାର୍ଟ-ଟୁ। ଡାକ୍ତରଖାନା ଓ ପୁଲିସ୍ ଷ୍ଟେସନ୍ ପରେ ଏବେ ଆଇଟି ବିଭାଗ, ସଂପୃକ୍ତ ବିଭାଗମାନଙ୍କୁ ହିତାଧିକାରୀଙ୍କ ତଥ୍ୟ ମାଗିଛି।ଡିସେମ୍ବର ପହିଲାରୁ ଅନ୍ୟ ୬ଟି ବିଭାଗର ଏସବୁ ଲୋକପ୍ରିୟ ସ୍କିମ୍ ସଂପର୍କରେ ହିତାଧିକାରୀଙ୍କ ଠାରୁ ଫିଡ୍ବ୍ୟାକ୍ ନିଆଯିବ।କାଳିଆ, ମମତା, ମିଶନ ଶକ୍ତି, ଖାଦ୍ୟ ସୁରକ୍ଷା, ଚାଷୀ ପଞ୍ଜୀକରଣ, ପାନୀୟ ଜଳ ଯୋଗାଣ, ବାହନ ଓ ସାରଥୀ ମୋ ସରକାର ପାର୍ଟ-ଟୁରେ ସାମିଲ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ଏସବୁ ଫ୍ଲାଗସିପ୍ ସ୍କିମ୍ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।ମାର୍ଚ୍ଚ ୫ ସୁଦ୍ଧା ସମସ୍ତ ବିଭାଗରେ ମୋ ସରକାର ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।