Odisha Latest Breaking News & Current Headlines

ବାଲିଯାତ୍ରାରେ ପାର୍କିଂ ପାଇଁ ପୋଲିସର ମୁଣ୍ଡ ବିନ୍ଧା ।

0

କଟକ ( ଆମ ଭାରତ ) ୧୭/୧୧ : କଟକରେ ସରି ସରି ଆସୁଛି ବାଲିଯାତ୍ରା । ସେପଟେ ଆଜି ରବିବାର ପାଇଁ ବାଲିଯାତ୍ରାରେ ହୋଇଛି ଅସମ୍ଭାଳ ଭିଡ଼। ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି ବାଲିଯାତ୍ରାରେ । ପାର୍କିଂ ପାଇଁ ଆଉ ଯାଗା ନଥିବା କମିଶନରେଟ୍ ପୁଲିସ୍ ସନ୍ଧ୍ୟାରେ ଟ୍ୱିଟ୍ କରି ଜଣାଇଥିଲା । ତେବେ ପରେ ସ୍ଥିତି ସାମାନ୍ୟ ସୁଧୁରୁଥିବା କହିଛି।ଯାତ୍ରା ବୁଲିବାକୁ ଆସୁଥିବା ଲୋକେ ପାର୍କିଂ ପ୍ଲେସରେ ଗାଡ଼ି ରଖିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ଏମିତିକି ଭିଡ଼ ଭିତରେ ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା। ଅପରହାହ୍ନ ୪ଟା ପରଠାରୁ ଭିଡ଼ ଅଧିକ ଅଣାୟତ୍ତ ହୋଇ ପଡିଥିଲା।

ବାଲିଯାତ୍ରା ପାଇଁ କଟକର ସବୁ ପାର୍କିଂ ସ୍ଥାନ୍‌ ଫୁଲ୍‌, ପାର୍କିଂ ପାଇଁ ଆଉ ଜାଗା ନଥିବା ନେଇ କମିସନରେଟ ପୋଲିସର ମୁଣ୍ଡ ବିନ୍ଧା ।

Leave A Reply

Your email address will not be published.