ଭୁବନେଶ୍ୱର ( ଆମ ଭାରତ ) ୮/୧୧ : ଲୋକସେବା ଭବନରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଭେଟିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ସହ କୋଇଲା ଓ ଖଣି କାରବାର ନେଇ ଆଲୋଚନା କରିଛନ୍ତି । ଏମସିଏଲ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେଠାରେ କେନ୍ଦ୍ର ଖଣି ସଚିବ, ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସିଏସ ଉପସ୍ଥିତ ରହିଥିଲେ । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ।