କଟକ ( ଆମ ଭାରତ ) ୬/ ୧୧ : ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଅଚାନକ ଯାଇ ପହଞ୍ଚିଲେ କଟକ ବଡ଼ ମେଡ଼ିକାଲ(ଏସସିବି)ରେ । ତାହାପୁଣି ଭୋର ୫ଟା ପୂର୍ବରୁ । ସାଙ୍ଗରେ ଥିଲେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ । ଏସସିବି ଅଧିକାରୀମାନେ ଏହି ଖବର ପାଇ ଆସିବା ବେଳକୁ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ବିଭିନ୍ନ ୱାର୍ଡ ବୁଲି ରୋଗୀସେବା ଅନୁଧ୍ୟାନ କରୁଥିଲେ । ବଡ଼ ଡାକ୍ତରଖାନାର ବିଭିନ୍ନ ସୁବିଧା ଅସୁବିଧା ଛାନଭିନ୍ କରିଥିଲେ ।
