Odisha Latest Breaking News & Current Headlines

ବିଜେପୁରରେ ହାତ ଟେକିଦେଲା କଂଗ୍ରେସ ।

0

ବିଜେପୁର ( ଆମ ଭାରତ ) ୧୬/୧୦ : ବିଜେପୁର ନିର୍ବାଚନ ମଇଦାନ ପାଇଁ ଏବେ ରଣନୀତି ପ୍ରସ୍ତୁତ। ଆରମ୍ଭ ହୋଇଗଲାଣି ଲଢେଇ। ତିନି ପ୍ରମୁଖ ଦଳ ମଧ୍ୟରେ ଚାଲିଛି ବଳ କଷାକଷି। ନିର୍ବାଚନ ପ୍ରଚାର ପାଇଁ ତିନି ଦଳର ଛାମୁଆ ନେତାମାନଙ୍କୁ ଷ୍ଟାର ପ୍ରଚାରକ ଭାବରେ ଦଳ ଓହ୍ଲାଇଛି। ଏହି କ୍ରମରେ ଆଜି ବିଜେପୁର ରାଲିରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇଥିବା ବେଳେ କଂଗ୍ରେସ ପକ୍ଷରୁ ସୁର ରାଉତରାୟ ପ୍ରଚାର କରୁଛନ୍ତି। ତେବେ ମତଦାନ ପୂର୍ବରୁ ଅନ୍ୟ ଦଳର ଆୟୋଜନ ଦେଖି ଆଣ୍ଠେଇଲାଣି କଂଗ୍ରେସ। ନିର୍ବାଚନ ପୂର୍ବରୁ ହାରିବା କଥା କହୁଛନ୍ତି କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ।

ବିଜେପୁର ଭୋଟ ପୂର୍ବରୁ ହାତ ଟେକିଦେଲେ ସୁର ରାଉତରାୟ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି କି, ଜିତିଲା ଭଳି ମୋତେ କାହିଁ ଲାଗୁ ନାହିଁ । ମୁଁ ଏଠି 3ରୁ 4 ଦିନ ହେଲା ବୁଲୁଛି। ପ୍ରଚାର କରୁଛି। ଏବେ ପୁରା ନବୀନ ପଟ୍ଟନାୟକଙ୍କ ଜମାନା ଚାଲିଛି। ଏଠି ସେ ଯେତିକି ପତାକା ଲଗାଇଛନ୍ତି, ୭ ଜନ୍ମରେ ପାରିବୁନି। ଯେମିତି ପୋଷ୍ଟର ମାରିଛନ୍ତି, ୨୦ ଜନ୍ମରେ ଆମେ ଦେଖିବୁନି। ଏଭଳି ସ୍ଥିତିରେ ମୋତେ କାଇଁ ଜିତିଲା ଭଳି ଲାଗୁନି। ଯଦି  ଜିତିବୁ କେବଳ ଲୋକଙ୍କ ଦୟା ।

ତେବେ ଅନ୍ୟ ଦଳର ପଟୁଆର ଦେଖି ସୁର ରାଉତରାୟ ଏବେ ଠାରୁ ଆଣ୍ଠେଇଲେଣି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି। କାରଣ ବିଜେପୁର ନିର୍ବାଚନର ପ୍ରାର୍ଥୀ ଦାଖଲର କିଛି ଦିନ ପୂର୍ବରୁ କଂଗ୍ରେସ ପାଖରେ ଲଢିବାକୁ ଅର୍ଥ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। ଏଥିପାଇଁ ସେ ବୈଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହାୟତା ମଧ୍ୟ ମାଗିଥିଲେ।

Leave A Reply

Your email address will not be published.