କଟକ ( ଆମ ଭାରତ ) ୨୮।୦୯ କଟକ ଏସ.ସି.ବି ମେଡିକାଲରେ ଚିକିତ୍ସାଧୀନ ଥିବା ଜଗା କାଳିଆଙ୍କ ଭିତରୁ କାଳିଆର ଅବସ୍ଥା ଗୁରୁତର ହୋଇଛି । କାଳିଆକୁ ଭେଣ୍ଟିଲେଟରରେ ରଖାଯିବା ସହ ଚିକିତ୍ସା ନେଇ ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ଏସ.ସ.ବି ରେ ଚିକିତ୍ସା କରୁଥିବା ଡାକ୍ତରୀ ଟିମ । କାଳିଆକୁ ନିମୋନିଆ ହେବା ସହ ଇନଫେକ୍ସନ ରହିଥିବାରୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଥିବା କହିଛନ୍ତି ଏସ.ସି.ବିର ଜରୁରୀକାଳିନ ଅଧିକାରୀ ।ଦିଲ୍ଲୀ ଏମ୍ସରୁ ଆସି ଏସ୍ସିବିରେ ଚିକିତ୍ସିତ ହେଉଥିବା କାଳିଆର ସ୍ୱାସ୍ଥ୍ୟ ଆବସ୍ଥାରେ ଅବନତି ହୋଇଛି । କାଳିଆର ଶରୀରର ବିକାଶ ହେଉ ନଥିବା ବେଳେ ଛାତିରେ ସଂକ୍ରମଣ ହୋଇଛି । ଏଥିସହ ନିମୋନିଆ କାଳିଆ ପାଇଁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । କାଳିଆ ଠିକ୍ରେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ ।ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉନଥିବାରୁ ଦିଲ୍ଲୀ ଏମ୍ସ ଡାକ୍ତରୀ ଟିମ ସହ କଟକ ଏସ.ସି.ବି ମେଡିକାଲର ଡାକ୍ତରୀ ଟିମ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି । ଏମ୍ସ ଡାକ୍ତରୀ ଟିମର ପରାମର୍ଶ କ୍ରମେ କାଳିଆର ବିଭିନ୍ନ ପରୀକ୍ଷା ନୀରିକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ପୁଣି ଏମ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇବ ଏସ୍ସିବ ଟିମ୍ । କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ଡାକ୍ତରୀ ଦଳ । ଏ ବିଷୟରେ ଏସ୍ସିବିର ଜରୁରୀକାଳିନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।କାଳିଆ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ଆବଶ୍ୟକ ପଡିଲେ ଏମସ୍ ଡାକ୍ତରୀ ଟିମକୁ ଏସ.ସି.ବି ଆସି କାଳିଆ ସ୍ଥିତି ଅନୁଧ୍ୟାନ ପାଇଁ ଅନୁରୋଧ କରାଯିବ ବୋଲି ଏସ.ସି.ବି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Prev Post
Next Post