ଭୁବନେଶ୍ୱର ( ଆମ ଭାରତ ) ୨୮।୦୯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ମେଡିକାଲ ଏବଂ ଆରଟିଓ ଅଫିସରୁ ଦଲାଲ ଧରପଗଡ ହେବା ପରେ ଏବେ ବିଭିନ୍ନ ସରକାରୀ ଅନୁଷ୍ଠାନ ଗୁଡିକୁ ଦଲାଲ ମୁକ୍ତ କରିବାକୁ ଯୋଜନା କରାଯାଉଛି। ଏଥିପାଇଁ ଏବେ ଏକ ନୂତନ ପଦକ୍ଷେପ ନିଆଯାଇଛି। ଏଣିକି ଆରଟିଓ ଅଫିସରେ ଆରଟିଓ କର୍ମଚାରୀ ଚିହ୍ନଟ ପାଇଁ ବ୍ୟାଣ୍ଡ ବ୍ୟବସ୍ଥା କରାଯିବ। ଏନେଇ ସବୁ ଆରଟିଓଙ୍କୁ ପରିବହନ କମିଶନର ଚିଠି ଲେଖି ଜଣାଇଛନ୍ତି।ଆଜିର ଆରେଷ୍ଟ ବ୍ୟକ୍ତି
ଲୋକଙ୍କ ସୁବିଧା ପାଇଁ ଏଣିକି ବ୍ୟାଣ୍ଡ ବାନ୍ଧିବେ ଆରଟିଓ କର୍ମଚାରୀ। ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ଏଭଳି ବ୍ୟାଣ୍ଡ ବ୍ୟବସ୍ଥା କରାଯାଇଛି। ଆରଟିଓ ଅଫିସର ସରକାରୀ କର୍ମଚାରୀମାନେ ଏବେ ବାନ୍ଧିବେ ବ୍ଲ୍ୟୁ ବ୍ୟାଣ୍ଡ। ଏତଦ୍ ବ୍ୟତୀତ ସର୍ଭିସ୍ ପ୍ରୋଭାଇଡର କର୍ମଚାରୀମାନେ ଗ୍ରୀନ ବ୍ୟାଣ୍ଡ ବାନ୍ଧିବେ ଓ ସ୍ମାର୍ଟ ଚିପ୍ କାମ କରୁଥିବା କର୍ମଚାରୀମାନେ ୟେଲୋ ବ୍ୟାଣ୍ଡ ବାନ୍ଧିବେ। ଆରଟିଓ କାର୍ଯ୍ୟାଳୟରେ ଥିବା ଦୁର୍ନୀତିଗ୍ରସ୍ତ, ଅଭ୍ୟାସଗତ ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ଧରାପଡ଼ିଥିବା ଦଲାଲଙ୍କ ଜରିଆରେ ସେମାନଙ୍କୁ ଚିହ୍ନଟ କରାଯିବ। ଦୀର୍ଘଦିନ ଧରି ଗୋଟିଏ ଅଫିସରେ କାର୍ଯ୍ୟକରୁଥବା କର୍ମଚାରୀମାନଙ୍କୁ ବଦଳି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ହେଲପ ଡେସ୍କ ନଂ ୧୮୦୦, ୩୪୫, ୧୦୭୩ରେ ଜଣାଇ ପାରିବେ।