Odisha Latest Breaking News & Current Headlines

ଜେଲ୍ ଗଲେ ଆଶୀର୍ବାଦ ବେହେରା ।

0

ଭୁବନେଶ୍ୱର ( ଆମ ଭାରତ ) ୧୯/୯ :

ଅର୍ଥ ତତ୍ଵ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଦେବାକୁ ଆଶୀର୍ବାଦ କରିଥିବା ଆବେଦନକୁ ଖାରଜ କରିଛି ଭୁବନେଶ୍ଵର ସିବିଆଇ କୋର୍ଟ। ତାଙ୍କ ସହିତ କମଳାକାନ୍ତ ଦାସଙ୍କ  ଜାମିନ ମଧ୍ୟ ଖାରଜ ହୋଇଛି। ଫଳରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି।ଗିରଫ ପରେ ଆଶୀର୍ବାଦ ଓ କମଳାକାନ୍ତ ଦାସଙ୍କୁ ଭୁବନେଶ୍ଵର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଜଜ ଆଶୀର୍ବାଦଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏହା ପରେ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଛି।ଏହା ସହିତ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଓଡ଼ିଶା ପ୍ରିମିୟର୍‌ ଲିଗ୍‌ରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ କମ୍ପାନୀଠାରୁ ଆଣିଥିବା କୋଟିଏ ଟଙ୍କା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା।

ଓପିଏଲ୍‌ରେ ଚିଟ୍‌ଫଣ୍ଡ କମ୍ପାନୀଠାରୁ ଟଙ୍କା ନେବା ଅଭିଯୋଗରେ ଆଜି ସକାଳେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନ ଓ ଓସିଏ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ସିବିଆଇର ୧୨ ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ। ଏହା ସହିତ ଆଶୀର୍ବାଦଙ୍କୁ ଉଠାଇ ନେଇ ଜେରା କରିଥିଲା । ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହା ସହିତ ହୋଟେଲ୍‌ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହା ପୂର୍ବରୁ ସିବିଆଇ ଆଶୀର୍ବାଦଙ୍କ ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ କରିଥିଲା ।

ଓଡ଼ିଶା ପ୍ରିମିୟର୍‌ ଲିଗ୍‌ରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ କମ୍ପାନୀଠାରୁ କୋଟିଏ ଟଙ୍କା ଆଣିଥିଲେ ଆଶୀର୍ବାଦ ବେହେରା । ଟଙ୍କା ନେଇ ଗୋଟିଏ ଚିଟ୍‌ଫଣ୍ଡ୍‌ କମ୍ପାନୀର ବିଜ୍ଞାପନ କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ସେ କୋଟିଏ ଟଙ୍କା ହିସାବ ଦେଇ ପାରି ନ ଥିଲେ । ପ୍ରାୟ କୋଟିଏ ଟଙ୍କା ହେରଫେର୍‌ ହୋଇଥିଲା । ଏ ନେଇ ଗତ ଅଗଷ୍ଟ ୨୯ ତାରିଖରେ ସିବିଆଇ ଆଶୀର୍ବାଦ ବେହେରାଙ୍କ ସମେତ ହୋଟେଲ ସୋଲାନର ମାଲିକ କମଲାକାନ୍ତ ଦାସ ଓ ଏଟି ଗ୍ରୁପର ନିର୍ଦ୍ଦେଶକ ସମ୍ବିତ କୁମାର ଖୁଣ୍ଟିଆଙ୍କ ନାମରେ ମଧ୍ୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି।

 

Leave A Reply

Your email address will not be published.