ଭୁବନେଶ୍ୱର ( ଆମ ଭାରତ ) ୧୯/୯ :ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତିକରଣ ପାଇଁ ରେଲୱେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ସ୍ୱାକ୍ଷରିତ ହୋଇଛି । MOU ସ୍ୱାକ୍ଷରିତ ବେଳେ ଭିସିରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ । MOU ସ୍ୱାକ୍ଷରିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବ । ଷ୍ଟେସନକୁ ମଲ୍ଟିମଡ଼େଲ ହବ୍ କରାଯିବା ସ୍ୱାଜତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମି ବିକାଶ ପାଇଁ ୧୩୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି । ରେଲୱେ ୭୦କୋଟି ଏବଂ ରାଜ୍ୟ ସରକାରର ୬୦କୋଟି ଟଙ୍କା ଖର୍ଚ୍ଚ କରିବେ ।
କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଭୁକ୍ତ ରେଳଷ୍ଟେସନ ମଲ୍ଟିମୋଡ଼ାଲ ହବ ନିର୍ମାଣ ଭାବରେ ଭୁବନେଶ୍ୱର ରେଳଷ୍ଟେସନ ସଂଲଗ୍ନ ଅଞ୍ଚଳକୁ ବିକଶିତ କରାଯିବ I ଏହି ପ୍ରକଳ୍ପକୁ ଓଡିଶା ସରକାରଙ୍କ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା ନିର୍ମାଣ କରାଯିବ I ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଜମିରେ ଏହି ମଲ୍ଟିମୋଡ଼ାଲ ହବର ଭୁବନେଶ୍ୱର ରେଳ ଷ୍ଟେସନ ର ନୂତନ ଟର୍ମିନାଲ ବିଲଡିଙ୍ଗ, ସିଟି ବସ ଟର୍ମିନାଲ, ପବ୍ଲିକ କାର ପାର୍କିଙ୍ଗ ଏବଂ ଅନ୍ୟାନ ସାଧାରଣ ଲୋକଙ୍କ ଉପଯୋଗୀ ମିଶ୍ରିତ ସଂସ୍ଥା ସହିତ ସବୁ ପ୍ଳାଟଫର୍ମ ଉପରଦେଇ ଭୁବନେଶ୍ୱର ଷ୍ଟେସନ ର ଉଭୟ ପାର୍ଶ୍ୱକୁ ସଂଲଗ୍ନ କରୁଥିବା ଏକ କନକୋର୍ସ ନିର୍ମାଣ କରାଯିବ I
ଉଭୟ ରେଳବାଇ ଓ ରାଜ୍ୟସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଙ୍ଗ ଏବଂ ଦୁଇଟି ଲାଇନ ସହିତ ପ୍ଳାଟଫର୍ମ ନିର୍ମାଣ ଯୌଥ ଭାବେ କରାଯିବ I ପ୍ରସ୍ତାବିତ ବିଲଡିଙ୍ଗ ରେ ତଳ ମହଲା ସହିତ ୫ ମହଲା ନିର୍ମାଣ କରାଯିବ ଯାହାକି ରେଳବାଇ ଦ୍ୱାରା ତଳ ମହଲା ସହିତ ୨ଟି ମହଲା ବ୍ୟବହାର କରାଯିବ I ରେଳବାଇ ପାଇଁ ୧.୭୪ ଲକ୍ଷ ବର୍ଗ ଫୁଟ ବ୍ୟବହାର କରାଯିବ I