Odisha Latest Breaking News & Current Headlines

ପାକିସ୍ତାନରେ ଟମାଟୋ କିଲୋ ୩୦୦ ଛୁଇଁଲା l

0

ଆମଭାରତ 10/8 :ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରିବା ପାକିସ୍ତନକୁ ମହଙ୍ଗା ପଡ଼ିଛି । ଜମ୍ମୁ-କାଶ୍ମୀରରୁ ମୋଦି ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ରାଗରେ ପାକିସ୍ତାନ । ଗୋଟିକ ପରେ ଗୋଟିଏ ଭାରତ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛି । ଗୋଟିଏ ପଟେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ସହ ଉଭୟ ଦେଶ ମଧ୍ୟରେ ହେଉଥିବା ଟ୍ରେନ ଚଳାଚଳ ମଧ୍ୟ ବନ୍ଦ କରିଛି । ହେଲେ ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପଡ଼ୋଶୀ ଦେଶ ପାଇଁ ଓଲଟା ପଡ଼ିଯାଇଛି । ପାକିସ୍ତାନରେ ଟମାଟୋ ଦର ଏବେ ଆକାଶଛୁଆଁ ।ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ରୋକ ଲାଗିବା ପରେ ପାକିସ୍ତାନରେ ଟମାଟୋ କିଲୋ ଏବେ ୩୦୦ ଟଙ୍କା । ଅଚାନକ ଟାମଟୋ ଦର ବୃଦ୍ଧି ପରେ ଚିନ୍ତାରେ ପାକିସ୍ତାନବାସୀ ।ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ କାରବାର ବନ୍ଦ କରିବା ପରେ ଏହାର ସିଧା ପ୍ରଭାବ ପାକ୍ ସାଧାରଣ ଜନତାଙ୍କ ଉପରେ ପଡ଼ିଛି । ପୂର୍ବରୁ ଭାରତରୁ ପନିପରିବା ସମେତ ସବୁଠାରୁ ଅଧିକ ଟମାଟୋ ପାକିସ୍ତାନକୁ ରପ୍ତାନୀ ହେଉଥିଲା । ହେଲେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଛିନ୍ନ ପରେ ପାକିସ୍ତାନକୁ ଟମାଟୋ ରପ୍ତାନୀ ବନ୍ଦ ରହିଛି ।ଗୋଟିଏ ପଟେ କାଶ୍ମୀରରୁ ୩୭୦ ହଟାଇବା ନିଜସ୍ୱ ମାମଲା ବୋଲି ସ୍ପଷ୍ଟ କରିଛନ୍ତି ଭାରତ ସରକାର ।ଅନ୍ୟ ଦେଶ ପାଇଁ ମୁଣ୍ଡ ପୁରାଇବା ପାଇଁ ମନାକରିଦେଲେ ମଧ୍ୟ ଇମ୍ରାନ ସରକାର ସହି ପାରୁନାହାନ୍ତି । ।

Leave A Reply

Your email address will not be published.