Odisha Latest Breaking News & Current Headlines

ଆତଙ୍କବାଦୀ ଆକ୍ରମଣ ସମ୍ଭାବନାରେ ୭ ଜଣ ଏସ୍‌ପିଙ୍କୁ ଆଲର୍ଟ ନିର୍ଦ୍ଦେଶ l

0

ଆମଭାରତ( ଭୁବନେଶ୍ୱର ) 10/8 : ସମୁଦ୍ର ତଟ ଦେଇ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ପରେ ରାଜ୍ୟର ଉପକୂଳ ଜିଲ୍ଲାର ୭ ଜଣ ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ। ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ରେଲ୍‌ୱେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା , ପୁରୀ, ବ୍ରହ୍ମପର, ଗଞ୍ଜାମ ଏସ୍ପିଙ୍କୁ  ଆଲର୍ଟ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି।  ଏହି ଜିଲ୍ଲା ଅଧୀନରେ ଥିବା ମେରାଇନ୍ ପୁଲିସ ଷ୍ଟେସନକୁ ମଧ୍ୟ ଜାଗ୍ରତ ରହିବାକୁ ଉଲ୍ଲେଖ କରାଯାଇଛି। ତାସହ କୋଷ୍ଟାଲ ପାଟ୍ରୋଲିଂ, ସମୁଦ୍ର  ଭିତରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବାକୁ ନିର୍ଦ୍ଦେଶ ରହିଛି।  ରାଜ୍ୟରେ ଏବେ ୧୮ ମେରାଇନ ପୁଲିସ ଷ୍ଟେସନ ରହିଛି, ସେସବୁ ନିର୍ଦ୍ଦିଷ୍ଟ ଜିଲ୍ଲା ଏସ୍‌ପିଙ୍କ ତତ୍ତ୍ୱାବଧାନରେ ରହିଛି। ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ସାମ୍ପ୍ରତିକ ସ୍ଥିତିକୁ ଦେଖି ତୀକ୍ଷ୍ଣ ନଜର ରଖାଯାଇଛି।

Leave A Reply

Your email address will not be published.