Odisha Latest Breaking News & Current Headlines

ରାଜଧାନୀରେ ଗଡ଼ିବ ଇଲେକ୍ଟ୍ରି ବସ୍, କେନ୍ଦ୍ର ଦେଲା ୫୦ ଟି ବସ ।

0

ଆମଭାରତ ( ଭୁବନେଶ୍ୱର )୮/୮ :ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ବସ୍ ସେବା କ୍ଷେତ୍ରରେ ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା। ଭୁବନେଶ୍ୱରକୁ ମିଳିବ ୫୦ଟି ଇଲେକ୍ଟ୍ରି ବସ୍। କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍‌ ଯୋଗାଇ ଦିଆଯିବ। ମୁଖ୍ୟତଃ ୬୪ଟି ସହରକୁ ମୋଟ ୫୫୯୫ଟି ବସ୍ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ୬୪ ସହର ମଧ୍ୟରେ ଭୁବନେଶ୍ୱର ରହିଛି। କେନ୍ଦ୍ର ସରକାରଙ୍କ ଫେମ୍ ଇଣ୍ଡିଆ ଯୋଜନାରେ ଏହି ବସ୍ ମିଳିବ। ମହାରାଷ୍ଟ୍ରକୁ ୭୨୫, ଗୁଜରାଟକୁ ୫୫୦ଓ ଆନ୍ଧ୍ରକୁ ୩୦୦ଟି ବସ୍ ମିଳିବ।

Leave A Reply

Your email address will not be published.