Odisha Latest Breaking News & Current Headlines

ଗିରଫ୍‌ ହେଲେ ପାକିସ୍ତାନର ନୱାଜ୍‌ ସରିଫ୍‌ଙ୍କ ଝିଅ ମରିୟମ୍‌ ।

0

ଆମଭାରତ  (  ଇସ୍‌ଲାମାବାଦ ) ୮/ ୮ :    ଭ୍ରଷ୍ଟାଚାର ମାମଲାରେ   ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍‌ ନେତ୍ରୀ ମାରିୟମ ଶରିଫ। ତାଙ୍କୁ ପାକିସ୍ତାନ ଏନ୍‌ଏବି ପକ୍ଷରୁ ଲାହୋର କୋଟ ଲାଖପଟ ଜେଲ୍‌ ରୋଡ୍‌ ଉପକଣ୍ଠରୁ ଗିରଫ କରାଯାଇଛି।

ସେ ତାଙ୍କ ବାପା ନୱାଜ ଶରିଫଙ୍କୁ କୋଟ ଲାଖପଟ ଜେଲ୍‌ରେ ଦେଖା କରିବାକୁ ଯାଇଥିବା ବେଳେ ଗିରଫ ହୋଇଛନ୍ତି। ଚୌଧୁରୀ ସୁଗାର ମିଲ୍‌ ଦୁର୍ନୀତି ମାମଲାରେ ତାଙ୍କୁ ଏନଏବି ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ କରିଥିଲା। କିନ୍ତୁ ସେ ନୋଟିସ୍‌କୁ ବେଖାତିର କରି ନୱାଜଙ୍କୁ ଦେଖା କରିବାକୁ ଯାଇଥିଲେ। ଏହି ସମୟରେ ହିଁ ତାଙ୍କୁ ଏନଏବି ଅଧିକାରୀମାନେ ଗିରଫ କରିଥିଲେ।

Leave A Reply

Your email address will not be published.