Odisha Latest Breaking News & Current Headlines

ବି.କେ ଶର୍ମା ହେଲେ ଡିଜିପି l

0

ଆମଭାରତ ( ଭୁବନେଶ୍ୱର ) 7/8 : ବିଜୟ କୁମାର ଶର୍ମା ରାଜ୍ୟର ପୁଲିସ୍ ଡିଜି ଇନ୍‌ଚାର୍ଜ। ସେ ଏବେ ଅଗ୍ନିଶମ ବିଭାଗ ଡିଜି ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ସେ କିଛିଦିନ ପାଇଁ ଡିଜିପି ଇନ୍‌ଚାର୍ଜ ଭାବେ ଦାୟିତ୍ୱ ତୁଲାଇଥିଲେ।ପୁଲିସ ମହାନିର୍ଦ୍ଦେଶ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେଥିପାଇଁ ସେ ମଙ୍ଗଳବାରଠାରୁ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଛନ୍ତି। ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ବିକେ ଶର୍ମା ରାଜ୍ୟର ପୁଲିସ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଡା. ଶର୍ମାଙ୍କ ବଦଳରେ ଡିଜିପି ପଦ ପାଇଁ ରାଜ୍ୟ ସରକାର ଯେଉଁ ଛଅ ଜଣ ବରିଷ୍ଠ ଆଇପିଏସଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସେଥିରେ ସର୍ବାଗ୍ରେ ବି.କେ ଶର୍ମାଙ୍କ ନାମ ରହିଛି।

Leave A Reply

Your email address will not be published.