Odisha Latest Breaking News & Current Headlines

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ।

0

ଆମଭାରତ ( ନୂଆଦିଲ୍ଲୀ ) ୬/୮ : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ । ଦିଲ୍ଲୀ ଏମସ୍ ହସପିଟାଲରେ ଆଖି ବୁଜିଲେ ସୁଷମା । ଗୁରୁତର ଅବସ୍ଥାରେ କିଛି ସମୟ ପୂର୍ବରୁ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଏମ୍ସରେ ଭର୍ତ୍ତି ହୋଇଥିଲେ ସୁଷମା । 67 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । କିଡନି ପ୍ରତ୍ୟାରୋପଣ ଯୋଗୁଁ ଚଳିତ ବର୍ଷ ନିର୍ବାଚନ ଲଢି ନଥିଲେ ସୁଷମା ।ସଂଧ୍ୟା ୭ଟା ୨୩ରେ ଟ୍ବିଟ୍‌ କରିଥିଲେ ସୁଷମା, ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ସୁଷମା , ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ହୃଦ୍‌ଘାତ ପରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା

Leave A Reply

Your email address will not be published.