ଆମଭାରତ ( ଭୁବନେଶ୍ୱର ) ୬/୮ : ଓଡ଼ିଶା ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ। ଏନେଇ ଚୟନ କମିଟିର ସୁପାରିଶକୁ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହି ପଦବୀ ପାଇଁ ପୂର୍ବରୁ ଚୟନ କମିଟି ଆର୍ପି ଶର୍ମାଙ୍କ ନାଁ ସୁପାରିଶ କରିଥିଲେ।
ଅନ୍ୟପକ୍ଷେ ଆର.ପି ଶର୍ମା ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଯେଉଁ ଆବେଦନ କରିଥିଲେ ତାହା ଏବେ ବି ବିଚାରାଧୀନ ଥିବା ସୂଚନା ମିଳିଛି।କିଏ ହେବ ପରବର୍ତ୍ତି ପୁଲିସ୍ ମହାନିର୍ଦ୍ଦେଶକ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ସୁନୀଲ ରୟଙ୍କୁ ଇନଚାର୍ଜ ଡିଜି ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଜଣାପଡ଼ିଛି।