Odisha Latest Breaking News & Current Headlines

କାଳିଆ ହିତାଧିକାରୀ ତାଲିକା ଯାଞ୍ଚ କର୍ଯ୍ୟକର୍ମ ଆରମ୍ଭ ।

0

ଆମଭାରତ ( ଭୁବନେଶ୍ବର ) ୬/୮ : କାଳିଆ ଯୋଜନାରେ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ  ଟଙ୍କା ଫେରାଇ ଅଣାଯିବ । ଖୁବ ଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କର ତାଲିକା ଯାଞ୍ଚ ହେବ । ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ । କାଳିଆ ଯୋଜନାରେ ସଂପୂର୍ଣ୍ଣ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି କୃଷି ସଚିବ ସୌରଭ ଗର୍ଗ , ଯେଉଁମାନେ ବି ହିତାଧିକାରୀ କାଳିଆ ଟଙ୍କା ପାଇଛନ୍ତି , ସେମାନଙ୍କର ତାଲିକାକୁ ଟ୍ରାନ୍ସଫରେନ୍ସି ମ୍ୟାନରରେ ଜଣାଇବା ପାଇଁ ବ୍ୟବସ୍ଥା କରାଯାଉଛି ।

ସେହି ଅନୁସାରେ ଆମର ଯେଉଁ ୱେବସଇଟ ରହିଛି ସେଥିରେ କାଳିଆ ଯୋଜନାରେ ଉପକୃତ ହୋଇଥିବା ସମସ୍ତ ୫୧ ଲକ୍ଷ ହିତାଧିକାରୀଙ୍କ ନାଁ ଛଡାଯାଇଛି । ଏଥିରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ଅଛନ୍ତି  ଆଉ ଏହି ତାଲିକାକୁ ଆଜି ପ୍ରତି ଗ୍ରାମ ପଂଚାୟତରେ କାନ୍ଥରେ ଛପାଯାଇଛି ।  ତେବେ ଏହାର ଲକ୍ଷ୍ୟ ହେଲା ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରୁ ବାଦ୍ ଦେବା ଆଉ ଯୋଗ୍ୟ ହିତାଧିକାରୀ ତଥା କୌଣସି ବି ଯୋଗ୍ୟ ଚାଷୀ ଯେଭଳି କାଳିଆ ସହାୟତାରୁ ବଂଚିତ ନହେବେ ।ତେବେ ଏହି ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ପାଇଁ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ଯୋଜନାରୁ ବାଦ୍ ଦେବା ପାଇଁ ପ୍ରତିଟି ଗ୍ରାମ ପଂଚାୟତ ସ୍ତରରେ , ବ୍ଲକ ସ୍ତରରେ ଏବଂ ଜିଲ୍ଲା ସ୍ତରରେ  କମିଟି ଗଠନ କରାଯାଇଛି ।

ସେହିଭଳି ସରକାରଙ୍କ ପକ୍ଷରୁ ବି ଅଯୋଗ୍ୟ ହିତାଧିକାରୀଙ୍କୁ ଅନୁରୋଧ କରାଯାଉଛି କି, ଯେଉଁମାନେ ଅଯୋଗ୍ୟ ଅଛନ୍ତି ସେମାନେ ନିଜେ ନିଜର ନାଁ କାଳିଆ ଯୋଜନାରୁ ବାଦ୍ ଦେବା ପାଇଁ ଦରଖାସ୍ତ ଦେଇପାରିବେ । ଅନ୍ୟ ଲୋକମାନେ ବି  ଅଯୋଗ୍ୟ ହିତାଧିକାରୀଙ୍କ ସଂପର୍କରେ ତଥ୍ୟ ଦେଇପାରିବେ । ତେବେ ଆମ ପାଖରେ ଥିବା ତଥ୍ୟ ଅନୁସାରେ, ଆମେ ଯୋଗ୍ୟ ଅଯୋଗ୍ୟ ବିବେଚନା କରିବୁ । କିଏ କହିଲେ ହେବ ନାହିଁ ।

ଯାଂଚ ପରେ ହିଁ ତାଲିକା ପ୍ରକାଶ କରାଯିବ ବୋଲି କହିଛନ୍ତି କୃଷି ସଚିବ ସୌରଭ ଗର୍ଗ ।
କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଜୁଲାଇ ୨୮ ତାରିଖରେ ଖୋଦ୍ ବିଜେଡି ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି । କେଁଉଠି ନା କେଉଁଠି ହିତାଧିକାରୀ ଚିହ୍ନଟ କରିବାରେ ତ୍ରୁଟି ରହୁଛି ବୋଲି ବିଧାନସଭାରେ ସଦସ୍ୟମାନେ କହିଥିଲେ ।

Leave A Reply

Your email address will not be published.