ଆମଭାରତ ( ଭୁବନେଶ୍ୱର )୩ ।୮: ରାଜ୍ୟରେ ୨ ହଜାର LTRMO ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ଏହି ପଦବୀକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ଡାକ୍ତରମାନେ ଛୁଟି ବା ତାଲିମରେ ଗଲେ ସେମାନଙ୍କ ଅନୁପସ୍ଥିତିରେ LTRMO ଦାୟିତ୍ୱ ତୁଲାଇବେ । ୩୭୪ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଜଣ ଲେଖାଏଁ LTRMO ରହିବାର ବନ୍ଦୋବସ୍ତ କରାଯାଇଛି । ୪ଟି ଉନ୍ନୀତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଦୁଇ ଜଣ LTRMO ରହିବେ । ଅନ୍ୟ ଡାକ୍ତରଖାନାଗୁଡିକରେ ୧୨୨ ଜଣ LTRMO ନିଯୁକ୍ତ ହେବେ । LTRMO- ଛୁଟି ଓ ତାଲିମ ପାଇଁ ମେଡିକାଲ ଅଫିସରମାନେ ସଂରକ୍ଷିତ ବୋଲି ସୂଚନା ମିଳିଛି ।