Odisha Latest Breaking News & Current Headlines

ପୁଲିସ ପାଇଁ ସୁରକ୍ଷା କଣ ନିଲମ୍ବନ ।

0

 ଆମଭାରତ  ( ଭୁବନେଶ୍ୱର ) ୩୧/୭ : ପୁଲିସ୍ ପାଇଁ ସୁରକ୍ଷା ମାଗି ବିବାଦୀୟ ହୋଇପଡ଼ିଥିବା ପୁଲିସ ଅଫିସର୍ସ ସଂଘ ସଭାପତି ସତ୍ୟଜିତ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧିକାରୀଙ୍କୁ ମାଡ଼ର ପ୍ରତିବାଦ ସ୍ୱରୂପ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ପୁଲିସର ସୁରକ୍ଷା ଦାବି କରିଥିଲେ।।  

ବଡଲୋକମାନଙ୍କ ପାଇଁ ସୁରକ୍ଷା ପୋଲିସ ଦେବ ।

ଅନ୍ୟସମସ୍ତଙ୍କ  ପାଇଁ ସୁରକ୍ଷା ପୋଲିସ ଦେବ ।

ପୋଲିସଙ୍କୁ ସୁରକ୍ଷା ଦେବ କିଏ ?

ପୋଲିସ ପାଇଁ ସୁରକ୍ଷା କଣ ?

ଏହାର ପରିଣାମ ତାଙ୍କୁ ନିଲମ୍ବନ କରିବା ।

କିଛି ନେତା , ମନ୍ତ୍ରୀ  ଓ  ଅଫିସର ମାନଙ୍କ   ପାଇଁ  ଆଜି ଓଡ଼ିଶା ଏତେ ପଛରେ ।

ସତ୍ୟଜିତ ମିଶ୍ରଙ୍କ ନିଲମ୍ବନ ପଛରେ କିଛି କାରଣ ଅଛି କି ?

କିନ୍ତୁ ପୋଲିସ ମହଲରେ  ଚର୍ଚ୍ଚା ହେଉଛି ରାଜ୍ୟର ଜଣେ ଆଇପିଏସ ଅଫିସରଙ୍କ ସହ ସତ୍ୟଜିତଙ୍କର  କିଛି ଘନିଷ୍ଟ ସମ୍ପର୍କ ଥିବାରୁ ଏହାକୁ ନେଇ କିଛି ପୋଲିସ ଅଧିକାରୀ ମାନଙ୍କ ସହ ସତ୍ୟଜିତଙ୍କ ର କିଛି ମନାନ୍ତର ରହିଥିଲା । ଏହାର ସୁଯୋଗ ନେଇ ସାମ୍ବାଦିକ ସମ୍ମିଳନୀ ନାମରେ  ବଳୀ ପକାଯାଉଛି ବୋଲିି  ଜଣାପଡୁଛି ।

ଡାକ୍ତରଙ୍କ ସୁରକ୍ଷା ପରି ପୁଲିସ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହସତ୍ଣଉ କରାଯାଉ ଏବଂ ଏଥିପାଇଁ ସ୍ୱତନ୍ତ୍ର ଆଇନ ଆସୁ ବୋଲି ସଂଘ ଦାବି କରିଥିଲା।

କିଛି ଦିନ ତଳେ ଜଣେ ନାବାଳକର ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ବାଲିଆପାଳ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପରେ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ତାଙ୍କର ବଦଳି କରାଯାଇଥିଲା।  ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ବାଲିଆପାଳ ଆଇଆଇସି ଭାବେ ନିଯୁକ୍ତ କରାଯାଇଥିଲା। ଏହି ଘଟଣା ପରେ ପୁଲିସମାନେ ନିଜ ସୁରକ୍ଷା ଦାବି କରିଥିଲେ, ଯାହାକୁ କି ସହଜେ ହଜମ କରିପାରି ନ ଥିଲେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ।

Leave A Reply

Your email address will not be published.