Odisha Latest Breaking News & Current Headlines

ପାଟକୁରାରେ କମ୍ପୁଛି ଶଙ୍ଖ ନାଦ ।

0

ଆମଭାରତ ( ପାଟକୁରା ) ୧୭/୭  : ପ୍ରଚାରରେ କମ୍ପୁଛି ପାଟକୁରା। ନିର୍ବାଚନ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବେଳେ ଆସନ୍ତାକାଲି ସଂଧ୍ୟାରେ ସରୁଛି ପ୍ରଚାର। ତେଣୁ ଦେଖିବାକୁ ଗଲେ କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଦୁଇ ଦିନ।ଆଜି ପ୍ରଚାର ମୈଦାନକୁ ନିଜେ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସେ ପାଟକୁରା ଯାଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ପ୍ରଚାର କରିଛନ୍ତି। ଅନ୍ୟ ମନ୍ତ୍ରୀ, ବିଧାୟକ ଓ କର୍ମୀଙ୍କ ନେଇ କରିଛନ୍ତି ବିରାଟ ରୋଡ୍ ସୋ।ବିଜେଡିର ପୁରା ପଲ୍‌ଟନ୍ ପାଟକୁରାରେ ଡେରା ପକାଇଛନ୍ତି।

ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।
ଷ୍ଟାର୍ କ୍ୟାମ୍ପେନର ଭାବେ ଖାରବେଳ ସ୍ୱାଇଁ, ଦାମୋଦର ରାଉତ ଓ ସୁରମା ପାଢ଼ୀ ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି ବିଜୟଙ୍କ ପାଇଁ ଭୋଟ୍ ମାଗିଛନ୍ତି।

କଂଗ୍ରେସ ପକ୍ଷରୁ କାହାକୁ ପ୍ରଚାର ମୈଦାନରେ ଦେଖିବାକୁ ମିଳି ନାହିଁ। ନିଜେ ଜୟନ୍ତ ମହାନ୍ତି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି।

Leave A Reply

Your email address will not be published.