Odisha Latest Breaking News & Current Headlines

ଆଜିର ଆଞ୍ଚଳିକ, ଜାତୀୟ  , ଆନ୍ତର୍ଜାତିକ ଖବର ସଂକ୍ଷପରେ ପଢ଼ନ୍ତୁ ।

0

ଆମଭାରତ ( ଭୁବନେଶ୍ୱର ) ୧୫/୭ :

ଆଞ୍ଚଳିକ

– ରାଜ୍ୟରେ ୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ପଦବୀ ଖାଲି ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

– କଳାହାଣ୍ଡି ଜିଲ୍ଲା କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ତୁର୍କେଲ ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

– ଆମ୍ୱୁଲାନ୍ସରେ ଗଞ୍ଜେଇ ଚାଲାଣ ଘଟଣାରେ ୪ ଜଣଙ୍କୁ ଗିରଫ କଲା କୋରାପୁଟ୍‌ ଜିଲ୍ଲା ଜୟପୁର ପୁଲିସ

– ଆଜି ଗୋଟିଏ ଦିନରେ କୋରାପୁଟ୍‌ ପୁଲିସ ୬୬୦ କିଲୋ ଗଞ୍ଜେଇ ଜବତ ସହ ୧୦ ଜଣଙ୍କୁ ଗିରଫ କରିଛି

– କଟକ ଏସ୍‌ସିବିରେ କେନ୍ଦ୍ରାପଡ଼ା ଗୁଳିକାଣ୍ଡ ଆହତଙ୍କୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

– ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବିରେ ବିଧାନସଭା ହୁଲ୍‌ସ୍ତୁଲ୍‌

– ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ପକେଟ୍‌ରେ ବୋମା ଘଟି ଜଣେ ଯୁବକ ମୃତ

– କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହିରେ ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ

– କୁଖ୍ୟାତ ବ୍ରାଉନ୍‌ସୁଗର ବେପାରୀ ଶୁଭ୍ରାଂଶୁ ପରିଡ଼ା ଓରଫ୍ ଛୋଟାର ପ୍ରାୟ ୨୦ ବଖରା ବେଆଇନ୍‌ ଘର ଉଚ୍ଛେଦ

– ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା – ଓଟିଇଟି ପାଇଁ ଆଜିଠାରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ

– ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ପାରାମେଡିକାଲ୍‌ କର୍ମଚାରୀ ଓ ନର୍ସମାନଙ୍କ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

– ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଦିଗିସିରା ରାସ୍ତାକଡ଼ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର

– ମୁଖ୍ୟମନ୍ତ୍ରୀ ନବୀନଙ୍କ ଦଳୀୟ ସାଂସଦଂକୁ ଚିଠି, ସଂସଦୀୟ ଦାୟିତ୍ୱ ସହ ନିଜ ଅଞ୍ଚଳ ବୁଲି ଲୋକଙ୍କ କାର୍ଯ୍ୟ କର

– ପୁରୀ ଜିଲ୍ଲା ପିପିଲି ପଟ୍ଟନାୟକିଆ ଛକ ହତ୍ୟାକାଣ୍ଡ ଘଟଣାରେ ତିନଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ

ଜାତୀୟ

– ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଆସାମୀ ସାହିତ୍ୟିକ ପୁରୋଵୀ ବୋରମୁଦାଇଙ୍କ ୬୯ ବର୍ଷ ବୟସରେ ଦେହାନ୍ତ

– ଗୁଜୁରାଟ କଛ ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ୩ ଶିଶୁ ଓ ୩ ମହିଳାଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ

– ଭାରତରେ ମୁଣ୍ଡ ପିଛା ଜଳ ଉପଲବ୍ଧତା ୨୦୦୧ରୁ ୨୦୧୧ ମଧ୍ୟରେ ୨୭୨ ଘନ ମିଟର ହ୍ରାସ ପାଇଛି

– ଲୋକସଭାରେ ଏନଆଇଏ ସଂଶୋଧନ ବିଧେୟକ ୨୦୨୯କୁ ମଞ୍ଜୁରୀ

– ଏଣିକି ରାଷ୍ଟ୍ରୀୟ ସୁରକ୍ଷା ସଂସ୍ଥା (ଏନଆଇଏ) ଭାରତ ବାହାରେ କୌଣସି ଅପରାଧୀ ମାମଲାର ପଞ୍ଜିକରଣ କରିବା ଏବଂ ତଦନ୍ତ ନିର୍ଦେଶ ଦେବାର ବ୍ୟବସ୍ଥା

– ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ୨୮ ଜିଲ୍ଲା ପାଣି ଘେରରେ, ୩ ହଜାର୧୮୧ଟି ଗାଁ ଓ ୧୫ ଲକ୍ଷ ଲୋକ ପ୍ରଭାବିତ

– କର୍ଣ୍ଣାଟକ ରାଜନୀତି ଅସ୍ଥିର, ଆସନ୍ତା ଗୁରୁବାର ହେବ ଆସ୍ଥା ଭୋଟ

– ଉତ୍ତର ପ୍ରଦେଶ ବରେଲି ଜିଲ୍ଲା ଯୋୖନପୁର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ୱାମୀ ଅଜିତେଶଙ୍କ ବିବାହ ଆଇନସମ୍ମତ ବୋଲି ଆହ୍ଲାବାଦ କୋର୍ଟଙ୍କ ଘୋଷଣା

– ହିମାଚଳ ପ୍ରଦେଶର ଏକ କୋଠା ଭୁଶୁଡ଼ି ୭ ଜଣ ଯବାନଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସାମିଲ

– ବୈଷୟିକ ତ୍ରୁଟି ଯୋଗୁ ଅଟକିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ ପ୍ରକ୍ରିୟା

– ଗୁଜୁରାଟ ରାଜ୍ୟପାଳ ହେଲେ ଆଚାର୍ଯ୍ୟ ଦେବବ୍ରତ

– ପୂର୍ବତନ କେନ୍ଦ୍ରମନ୍ତ୍ରୀ କାଲରାଜ ମିଶ୍ର ହିମାଚଳ ପ୍ରଦେଶର ରାଜ୍ୟପାଳ ନିଯୁକ୍ତ

– ଉଚ୍ଚତମ ନ୍ୟାୟାଳୟ ଆଶାରାମ ବାପୁଙ୍କ ବିରୋଧରେ ଦାୟର ଯୌନ ଉତ୍ପୀଡନ ମାମଲାରେ ଜାମିନ ଆବେଦନ ଖାରଜ ଖାରଜ କଲେ କୋର୍ଟ

– ଓ୍ଵାର୍ଲଡ ୟୁନିଭରସିଟି କ୍ରୀଡା ବିଜେତା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସ୍ୱାଗତ କଲେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ

– ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହଙ୍କୁ ଇସ୍ତଫା ପତ୍ର ପଠାଇଲେ ନବଜୋତ୍‌ ସିଂହ ସିଦ୍ଧୁ

– ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ୧୪ ଜଣଙ୍କୁ ଗିରଫ କଲା ଜାତୀୟ ତଦନ୍ତ ସଂସ୍ଥା – ଏନ୍‌ଆଇଏ

ଆନ୍ତର୍ଜାତିକ

– ପଡୋଶୀ ରାଷ୍ଟ୍ର ନେପାଳରେ ପ୍ରବଳ ବର୍ଷା, ରବିବାର ସୁଦ୍ଧା ୬୫ ଜଣଙ୍କ ମୃତ୍ୟୁ, ୩୦ ନିଖୋଜ

– ଆଫଗାନିସ୍ତାନ ବାଲ୍‌ଖର ଉତ୍ତରରେ ବିସ୍ଫୋରଣରେ ୨ ଶିଶୁଙ୍କ ମୃତ୍ୟୁ

– ୪ ଜଣ ଡେମୋକ୍ରାଟିକ୍‌ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦ ଘେରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

– ପଡୋଶୀ ରାଷ୍ଟ୍ର ନେପାଳରେ ପ୍ରବଳ ବର୍ଷା, ରବିବାର ସୁଦ୍ଧା ୬୫ ଜଣଙ୍କ ମୃତ୍ୟୁ, ୩୦ ନିଖୋଜ

– ଆଫଗାନିସ୍ତାନ ବାଲ୍‌ଖର ଉତ୍ତରରେ ବିସ୍ଫୋରଣରେ ୨ ଶିଶୁଙ୍କ ମୃତ୍ୟୁ

– ୪ ଜଣ ଡେମୋକ୍ରାଟିକ୍‌ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦ ଘେରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

– ପଡୋଶୀ ରାଷ୍ଟ୍ର ନେପାଳରେ ପ୍ରବଳ ବର୍ଷା, ରବିବାର ସୁଦ୍ଧା ୬୫ ଜଣଙ୍କ ମୃତ୍ୟୁ, ୩୦ ନିଖୋଜ

– ଆଫଗାନିସ୍ତାନ ବାଲ୍‌ଖର ଉତ୍ତରରେ ବିସ୍ଫୋରଣରେ ୨ ଶିଶୁଙ୍କ ମୃତ୍ୟୁ

– ୪ ଜଣ ଡେମୋକ୍ରାଟିକ୍‌ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦ ଘେରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

Leave A Reply

Your email address will not be published.