Odisha Latest Breaking News & Current Headlines

ପଟ୍ଟନାଇକିଆ ଛକ ନିକଟରେ ଟ୍ରିପଲ ମର୍ଡ଼ର କିଛି ତଥ୍ୟ l

0

ଆମଭାରତ ( 15/7 ) : ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ପଟ୍ଟନାଇକିଆ ଛକ ନିକଟରେ ଟ୍ରିପଲ ମର୍ଡର । ରାଜପଥ କଡ଼ରେ ଥିବ‌ା ସଦାନନ୍ଦପୁର ଗ୍ରାମର ବେହେରା ପରିବାରର ତିନି ଭାଇଙ୍କୁ ଅତି ବୀଭତ୍ସ ଭ‌ାବେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ।ବର୍ଷକ ତଳେ ସାନ ଭାଇକୁ ମାରିଥିଲେ l ଜମିବାଡି ଓ ପୂର୍ବ ଶତ୍ରୁତା ଆଜି ସୀମା ଟପିଥିଲା। ଗୋଟିଏ ମା’ ପେଟର ଦୁଇ ଭାଇ କୃଷ୍ଣଚନ୍ଦ୍ର ବେହେରା, ପୂର୍ଣ୍ଣ ବେହେରା ଏବଂ ଦାଦା ପୁଅ ଭାଇ ପଞ୍ଚୁ ବେହେରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।  ଠିକ୍ ବର୍ଷକ ପୂର୍ବରୁ ବେହେରା ପରିବାରର ମଝିଆ ପୁଅ ତଥା ସରପଞ୍ଚ ଥିବା ଅଜୟ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଘରଠାରୁ ୧୦ କିମି ଦୂର ଡେଲାଙ୍ଗ ନିକଟ ‌ରେଳ ଲାଇନରୁ ଅଜୟଙ୍କ ଖଣ୍ଡବିଖଣ୍ଡିତ ଶବ ଜବତ କରାଯାଇଥିଲା।‌ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଥାନାରେ ଯେତେ ଅଭିଯୋଗ କଲେ ବି କିଛି ସମାଧାନ ହୋଇପାରିନଥିଲା l ସେତେବେଳେ ପୁଲିସ ଏହି ଘଟଣାକୁ ଗରୁତ୍ବର ସହ ନେଇଥିଲେ ଆଜି ଏହି ଟ୍ରିପଲ ମର୍ଡର ଘଟଣା ଘଟି ନଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି। ଆଜିର ଘଟଣା ପାଇଁ ପୋଲିସ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଢାବାକୁ ଯାଉଥିଲେ, ଜାଣିଶୁଣି ଗଣ୍ଡଗୋଳ କଲେ ପଟ୍ଟନାଇକିଆ ଛକରୁ କିଛି ଦୂରରେ ଥିବା ଘରୁ ବାହାରି ପୂର୍ଣ୍ଣଚନ୍ଦ୍ର ନିଜ ଢାବାକୁ ଯାଉଥିବା ବେଳେ ହତ୍ୟାକାରୀମାନେ ଜାଣିଶୁଣି ତାଙ୍କ ସହିତ ଝଗଡା କରିଥିଲେ। ପରେ ଯୁକ୍ତିତର୍କ ହେବାରୁ ପୂର୍ବ ଯୋଜନା ମୁତାବକ ପାଖ କ୍ୟାବିନ‌ରେ ଲୁଚାଇ ରଖିଥିବା ଖଣ୍ଡା ଓ ମାରଣାସ୍ତ୍ରରେ ସେମାନେ ଆକ୍ରମଣ କରିଥିଲେ। ପ୍ରଥମେ ଗୋଡକୁ ଏବଂ ପରେ ମୁଣ୍ଡକୁ ହାଣି ପକାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ପ୍ରଥମ ଚୋଟରେ ହିଁ ପୂର୍ଣ୍ଣଙ୍କ ଗୋଡ ଆଣ୍ଠୁ ତଳକୁ ଦୁଇ ଗଡ ହୋଇ ଯାଇଥିଲା। ଏହି ଘଟଣାରେ ସଦାନନ୍ଦପୁର ଗାଁର ଗାଣ୍ଡୁଆ ବେହେରା, ଏକାଦଶୀ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା ଓ ସୁବଳ ବେହେରାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି।

୨୦ ବର୍ଷ ତଳେ ବାପାଙ୍କୁ ବି ହୋଇଥିଲା ହତ୍ୟା‌ବେହେରା ପରିବାରର ଶତ୍ରୁତା ଏବେର ନୁହେଁ। ବହୁ ବର୍ଷ ତଳୁ ‌ସେମାନଙ୍କ ପୂର୍ବ ଶତ୍ରୁତା ରହି ଆସିଛି। ଆଜିକୁ ୨୦ ବର୍ଷ ତଳେ ପରିବାରର ପ୍ରଥମ ମୁଣ୍ଡ ଗଡିଥିଲା। ଆଜି ହତ୍ୟାର ଶିକାର ହୋଇଥିବା କୃଷ୍ଣଚନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ରଙ୍କ ବାପାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହାକୁ ନେଇ ସେମାନଙ୍କର ପାରିବାରିକ ବିବାଦ ରହିଥିଲା।

ରାଜପଥ କଡ଼ରେ ଲୁଚା ହୋଇଥିଲା ଖଣ୍ଡାଏହି ହତ୍ୟାକାଣ୍ଡ ଥିଲା ସଂପୂର୍ଣ୍ଣ ଯୋଜନାବଦ୍ଧ। ହତ୍ୟାକାଣ୍ଡ ଘଟାଇବାକୁ ପ୍ରସ୍ତୁତ ଥିବା ଦୁର୍ବୃତ୍ତମାନେ ପୂର୍ବରୁ ରାଜପଥ କଡରେ ଥିବା ଏକ କ୍ୟାବିନ୍‌ରେ ଖଣ୍ଡା, ଭୁଜାଲି, ରଡ୍‌ ପ୍ରଭୃତି ଲୁଚାଇ ରଖିଥିଲେ। ପୂର୍ଣ୍ଣଚନ୍ଦ୍ର ରାଜପଥରୁ ତଳକୁ ଗଡୁଥିବା ବେଳେ ଦୁର୍ବୃତ୍ତମାନେ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ପଡିଯାଇ ପୂର୍ଣ୍ଣଚନ୍ଦ୍ର ଛଟପଟ ହେଉଥିବା ବେଳେ କୃଷ୍ଣଚନ୍ଦ୍ର ପଦାକୁ ବାହାରି ଆସିଥିଲେ। ପରେ କୃଷ୍ଣଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା।ଅଭିଯୁକ୍ତର ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ ନେଇ ଏ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ହତ୍ୟାକାଣ୍ଡର କେଇ ହାତ ଦୂରରେ ରହିଥିଲା ପୁଲିସ୍‌ କ୍ୟାମ୍ପରଥଯାତ୍ରା ପାଇଁ ପଟ୍ଟନାଇକିଆ ଛକରେ ଏକ ପୁଲିସ କ୍ୟାମ୍ପ ପଡିଥିଲା। ଏହି କ୍ୟାମ୍ପରେ ୮ ଜଣ ପୁଲିସ କର୍ମଚାରୀ ନିୟୋଜିତ ଥିଲେ। ମାତ୍ର ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ସଂପର୍କରେ ପୁଲିସ ନିରବଦ୍ରଷ୍ଟା ସାଜିଥିବା ଏବଂ ଏଥିରେ ହସ୍ତକ୍ଷେପ କରିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.