Odisha Latest Breaking News & Current Headlines

ପଟ୍ଟନାୟକିଆ ଛକ ଉପରେ ତ୍ରିପଲ ମର୍ଡର ଘଟିଗଲା ରଥଯାତ୍ରା ସମୟରେ ।

0

ପୁରୀ,୧୪ ।୭(ଆମଭାରତ ): ପୁରୀ ଜିଲ୍ଲା ସାକ୍ଷୀଗୋପାଳର ପଟ୍ଟନାୟକିଆ ଛକରେ ଆଜି ତ୍ରିପଲ ମର୍ଡର ହୋଇଛି । ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଖଣ୍ଡା ଓ ଫାର୍ସାରେ ହାଣିଛନ୍ତି ,ସମୟ ପ୍ରାୟ ୩ ଟାରୁ 4 ଟା ମଧ୍ୟରେ କିଛି ଦୁର୍ବୃତ୍ତ । ଗୋଟିଏ ପରିବାର ୩ ଜଣ ହେଲେ କୃଷ୍ନ ଚନ୍ଦ୍ର ବେହେରା, କୁନିଆ, ପଞ୍ଚୁ ବୋଲି ଜଣା ଯାଇଛି। ସେମାନଙ୍କ ଘର ଚନ୍ଦ୍ର କୋଟ , ବାଲିସାହି ଅଞ୍ଚଳର ବୋଲି ଜଣାପଡିଛି।


ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।
। ତେବେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଛି ବୋଲି ଆଶଙ୍କା କରାଯାଉଛି । ହତ୍ୟାକାଣ୍ଡକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ସହ ଗାଡିଚଳାଚଳକୁ ରୋକାଯାଇଛି । ଏହି ଘଟଣା ପରେ ସେଠାରେ ଉତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ସେଠାରେ ହୋହଲ୍ଲା କରିବା ସହ ଭଙ୍ଗାରୁଜା ପୋଡାଜଳା କରିଛନ୍ତି । ଗାଡି ମଟର ଭଙ୍ଗିବା ସହ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ।ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାକୁ ସତ୍ୟବାଦୀ ଓ ପିପିଲି ପୁଲିସ ପହଂଚି ଲୋକଙ୍କ ଘଉଡାଇବାକୁ ଚେଷ୍ଠା କରିଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ହତ୍ୟାକାଣ୍ଡର ଛାନଭିନ୍ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.