ଆମଭାରତ ( ଭୁବନେଶ୍ୱର ) ୧୭/ ୬ : ଜୁନ୍ ୨୬ରେ ଖୋଲିବ ସ୍କୁଲ୍। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ସ୍କୁଲଗୁଡ଼ିକର ଗ୍ରୀଷ୍ମ ଛୁଟି ଏକ ସପ୍ତାହ ବଢ଼ାଇଛନ୍ତି ଓ ଜୁନ ୨୫ ତାରିଖ ଯାଏଁ ଛୁଟି ବଢ଼ାଇଛନ୍ତି ବୋଲି ବିଭାଗୀୟ ସଚିବ ଘୋଷଣା କରିଛନ୍ତି।
ତେବେ ସ୍କୁଲଗୁଡ଼ିକର ଖରା ଛୁଟି ଅବଧି ବଢ଼ିବ ନାହିଁ ବୋଲି ମଙ୍ଗଳବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ ଓ ପୂର୍ବ ନିର୍ଦ୍ଧାରିତ ୧୯ ତାରିଖରେ ହିଁ ସ୍କୁଲ ଖୋଲୁଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ । ଫଳରେ ସ୍କୁଲର ଖରାଛୁଟି ବଢ଼ିବା ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି।