Odisha Latest Breaking News & Current Headlines

ଏଫଆଇଏଚ୍‌ ସିରିଜ୍‌ ଚାମ୍ପିଅନ୍‌ ହେଲା ଭାରତ ।

0

ଆମଭାରତ  (  ଭୁବନେଶ୍ଵର )   ୧୬/୬ : କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକସ୍‌ରେ ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍‌ସରେ ଶନିବାର ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇ ଭାରତ ଚାମ୍ପିଅନ ହୋଇଛି। ଫାଇନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଟିମ୍‌କୁ ପୁରସ୍କୃତ କରିଛନ୍ତି। ସମାରୋହରେ ମନ୍ତ୍ରୀ ସମୀର ଦାସ, ତୁଷାରକାନ୍ତି ବେହେରା, ଅରୁଣ ସାହୁ ଓ ଏଫଆଇଏଚ୍‌ର ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଫାଇନାଲ ମ୍ୟାଚ୍‌ରେ ଭାରତର ହରମନପ୍ରୀତ ସିଂହ ଓ ବରୁଣ କୁମାର ୨-୨ ଗୋଲ ଦେଇଥିଲେ। ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଅଲିମ୍ପିକ ପାଇଁ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଆମେରିକାକୁ ୨-୪ ଗୋଲରେ ହରାଇ ଜାପାନ ତୃତୀୟ ସ୍ଥାନରେ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କୌଣସି ମ୍ୟାଚ୍‌ରେ ହାରି ନାହିଁ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ମନପ୍ରୀତ ସିଂହ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଓ ବିବେକ ପ୍ରସାଦ ଶ୍ରେଷ୍ଠ ଜୁନିଅର ପ୍ଳେୟାର ପୁରସ୍କାର ଗ୍ରହଣ କରିଛନ୍ତି।

ପୁରସ୍କାର ତାଲିକା

ହରମନପ୍ରୀତ ସିଂହ: ମ୍ୟାନ ଅଫ ଦି ଫାଇନାଲ
ଶ୍ରେଷ୍ଠ ଗୋଲ ସେଲିବ୍ରେସନ (ମେକ୍ସିକୋ)
ଫେୟାରପ୍ଲେ ପୁରସ୍କାର: ଭାରତ
ବିବେକ ପ୍ରସାଦ: ଶ୍ରେଷ୍ଠ ଯୁବ ଖେଳାଳି
ଆକାଶଦୀପ୍‍ ସିଂହ: ଶ୍ରେଷ୍ଠ ଦର୍ଶକ ପସନ୍ଦ ଖେଳାଳି
ଜୋନାଥନ କାଲାଗାସ: ଶ୍ରେଷ୍ଠ ଗୋଲକିପର
ମନପ୍ରୀତ ସିଂହ: ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି

Leave A Reply

Your email address will not be published.