Odisha Latest Breaking News & Current Headlines

ଭୂ-କମ୍ପରେ ଥରିଲା ମୟୂରଭଞ୍ଜ ଜିଲ୍ଲା l

0

ଆମଭାରତ ( ମୟୂରଭଞ୍ଜ ) 20/4 : ଆଜି ରାଜ୍ୟର କେତକ ସ୍ଥାନରେ ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଛି  । ସକାଳ ପ୍ରାୟ ୬ଟା ୨୦ ମିନିଟ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏହାର ପ୍ରଭାବ ରାଇରଙ୍ଗପୁର ସହ ବିଷୋୟୀ, ବହଳଦା ଓ ଗୋରୁମହିଷାଣୀ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଫଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ ।ଝାଡ଼ଖଣ୍ଡର ଷଢ଼େଇକଳା ଅଂଚଳରେ ଭୂ-କମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା। ଏହାର ପ୍ରଭାବ ମୟୁରଭଞ୍ଜ ଜିଲ୍ଲାରେ ପଡ଼ିଛି । ତେବେ କିଛି ସ୍ଥାନରେ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.