Odisha Latest Breaking News & Current Headlines

ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ପରଲୋକ ।

0

ଆମଭାରତ ( ଭୁବନେଶ୍ୱର ) ୨୦ / ୪ :    କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲ ଆଉ ନାହାନ୍ତି। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହୋଇଛି। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ। କିଛି ଦିନ ହେବ ତାଙ୍କ ଅବସ୍ଥା ବିଗିଡିଯିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।୨୦୧୯ ନିର୍ବାଚନ ଲାଗି ସେ ପାଟକୁରାରୁ ବିଜେଡି ଟିକେଟରୁ ନିର୍ବାଚନ ଲଢୁଥିଲେ। ସେ ଏହି ନିର୍ବାଚନ ମଣ୍ଡଳୀରୁ ଗତ ୨୦୦୪ ଓ ୨୦୦୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାରେ ପାଟକୁରାକୁ ପ୍ରତିନିଧିତ୍ୱ କରିଥିଲେ।    ସେ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

୭୭ ବର୍ଷିୟ ବେଦ ପ୍ରକାଶଙ୍କ ମୃତ୍ୟୁରେ ପାଟକୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  ବେଦପ୍ରକାଶ ଏଥର ବିଜେଡି ଟିକେଟରେ ପାଟକୁରାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢୁଥିଲେ। ତାଙ୍କ ବୀପକ୍ଷରେ ରହିଥିଲେ ବିଜେପିର ହେବିୱେଟ ବିଜୟ ମହାପାତ୍ର।

Leave A Reply

Your email address will not be published.