ଆମଭାରତ ( କନ୍ଧମାଳ ) ୧୭/ ୪ : ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିଂ ପାର୍ଟି ଉପରେ ହମଲା କଲେ ମାଓବାଦୀ । ଗାଡ଼ିରେ ଯାଉଥିବା ପୋଲିଂ ପାର୍ଟିଙ୍କ ଗାଡ଼ି ଆଗରେ ବିସ୍ଫୋରଣ କଲେ ମାଓବାଦୀ । ବିସ୍ଫୋରଣ ପରେ ଗାଡ଼ିକୁ ପଛାଇଥିଲେ ପୋଲିଂ ପାର୍ଟିର ଡ୍ରାଇଭର । ଗାଡ଼ି ପଛାଇବା ବେଳେ ଅନ୍ଧାଧୂନ ଗୁଳି ବର୍ଷା କରିଥିଲେ । ଫୁଲବାଣୀ ଗୋଚ୍ଛାପଡ଼ା ଥାନା ବାନ୍ଦାପଡ଼ାରେ ପୋଲିଂ ସୁପରଭାଇଜରଙ୍କୁ ମାଓବାଦୀ ହତ୍ୟା କଲେ । ସଞ୍ଜୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିବା ପରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ।ଫିରିଙ୍ଗିଆ ମିଗୁନପଦର ଗାଁରେ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ । ଗୁଳିମାଡ଼ରେ ସୁପରଭାଇଜର ମରିଥିବା ନେଇ ପୋଲିସ ଡିଜିଙ୍କ ସୂଚନା । ଗୁଳିମାଡ଼ ପରେ ଉକ୍ତ ସ୍ଥାନରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଛି ।