- ଆମଭାରତ ( ଭୁବନେଶ୍ବର ) ୧୬/୪: ଏପ୍ରିଲ ୧୮ତାରିଖରୁ ରାଜ୍ୟ ସରକାର ଖରାଛୁଟି ଘୋଷଣା କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଏହି ଘୋଷଣା କରାଯାଇଥିବା ରାଜ୍ୟ ମୁଖ୍ୟ ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏପ୍ରିଲ ୨ତାରିଖରୁ ସରକାର ସକାଳୁଆ ସ୍କୁଲ ପାଇଁ ନିର୍ଦେଶ ଦେଇଥିଲେ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ଗତ ୩ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ଆସନ୍ତା ୭୨ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇରେ ଅଂଶୁଘାତ ଯୋଗୁଁ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ନିର୍ମାଣ ଶ୍ରମିକମାନଙ୍କୁ ଦିନ ୧୧ଟା ପରେ କାମ କରିବା ଲାଗି ସରକାର ବାରଣ କରିଛନ୍ତି। ଅଂଶୁଘାତକୁ ଆଖି ଆଗରେ ରଖି ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।