ଆମଭାରତ ( ନୂଆଦିଲ୍ଲୀ )14 /୪ : ବ୍ୟାଙ୍କର ଶେଭିଂ ଆକାଉଣ୍ଟରେ ସର୍ବ ନିମ୍ନ ବାଲାନ୍ସ ରଖିବା ବାଧ୍ୟତାମୂଳକ କରିଦେଇଛି ବ୍ୟାଙ୍କ | ପ୍ରତ୍ୟେକ ବ୍ୟାଙ୍କର ଜୋରିମାନା ରାଶି ଅଲଗା ଅଲଗା ରହିଥାଏ | ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦା ସର୍ବନିମ୍ନ ରାଶି ପାଇଁ ନୂଆ ନିୟମ ଜାରି କରିଛନ୍ତି | ଏସବିଆଇ ଏବଂ ବ୍ୟାଙ୍କ ଅଫ ବରୋଦାର ସର୍ବନିମ୍ନ ରାଶି କେତେ ଏବଂ ଜୋରିମାନା କେତେ :
ଏସବିଆଇ : ଏସବିଆଇ ଗ୍ରାହକଙ୍କ ପାଇଁ ଶେଭିଂ ଆକାଉଣ୍ଟରେ ସର୍ବନିମ୍ନ ରାଶି ରଖିବା ଅନିବାର୍ଯ୍ୟ | ତେବେ ବ୍ୟାଙ୍କର ବେଶିକ ଶେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ପାଇଁ ଏହି ନିୟମ ଲାଗୁ କରାଯାଇ ନାହିଁ | ଏସବିଆଇରେ ଶାଖା ଅନୁଯାୟୀ ସର୍ବନିମ୍ନ ରାଶି ଅଲଗା ଅଲଗା | ମେଟ୍ରୋ ତଥା ବଡ ସହର ଶାଖାର ଗ୍ରାହକଙ୍କ ପାଇଁ ଖାତାରେ ୩୦୦୦ ଟଙ୍କା ରଖିବା ଜରୁରୀ | ଛୋଟ ସହର ପାଇଁ ଖାତାରେ ୨୦୦୦ ଟଙ୍କା ସର୍ବନିମ୍ନ ରାଶି ରଖିବା ଜରୁରୀ | ଗ୍ରାମୀଣ ଅଂଚଳରେ ୧୦୦୦ ଟଙ୍କା ସର୍ବନିମ୍ନ ରାଶି ରଖିବା ଜରୁରୀ | ମେଟ୍ରୋ କିମ୍ବା ବଡ ସହର ଖାତାଧାରୀ ଗ୍ରାହକ ଆକାଉଣ୍ଟରେ ଯଦି ୧୫୦୦ ରୁ କମ ରଖିଥାନ୍ତି ତାହେଲେ ୧୦ ଟଙ୍କା ପ୍ରତି ମାସକୁ ଜିଏସଟି ଲାଗିବ | ସର୍ବନିମ୍ନ ରାଶି ୫୦ ରୁ ୭୫ ପ୍ରତିଶତରୁ କମ ଥିଲେ ୧୨ ଟଙ୍କା ଜୋରିମାନା ଲାଗିବ | ଯଦି ବାଲାନ୍ସ ୩୦୦୦ ଟଙ୍କାର ୭୫ ପ୍ରତିଶତରୁ କମ ଥାଏ ତାହେଲେ ୧୫ ଟଙ୍କା ଜୋରିମାନା ଲାଗିବ | ଏହାସହ ଜିଏସଟି ମଧ୍ୟ ଦେବାକୁ ପଡିବ |
ବ୍ୟାଙ୍କ ଅଫ ବରୋଦା : ବ୍ୟାଙ୍କ ଅଫ ବରୋଦା ଶେଭିଂ ଆକାଉଣ୍ଟର ସର୍ବନିମ୍ନ ରାଶି ବଢ଼ାଇ ଦେଇଛି | ନୂଆ ନିୟମ ୨୦୧୯ ଫେବୃଆରୀ ୧ ତାରିଖରୁ ଲାଗୁ ହୋଇଛି | ସହରୀ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ୧୦୦୦ ଟଙ୍କାରୁ ବଢ଼ାଇ ୨୦୦୦ ଟଙ୍କା କରାଯାଇଛି | ଛୋଟ ସହର ଶାଖା ପାଇଁ ସର୍ବ ନିମ୍ନ ରାଶି ୫୦୦ ଟଙ୍କାରୁ ବଢ଼ାଇ ୧୦୦୦ ଟଙ୍କା କରାଯାଇଛି | ଗ୍ରାହକ ନିୟମିତ ସର୍ବନିମ୍ନ ରାଶି ନ ରଖିଲେ ଜୋରିମାନା ଦେବାକୁ ହେବ | ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯଦି ବଡ ସହର ଏବଂ ମେଟ୍ରୋ ସହର ଗ୍ରାହକ ସର୍ବନିମ୍ନ ରାଶି ନ ରଖନ୍ତି ତାହେଲେ ୨୦୦ ଟଙ୍କା ଜୋରିମାନା ଦେବାକୁ ପଡିବ | ଛୋଟ ସହର ଖାତାଧାରୀ ସର୍ବନିମ୍ନ ରାଶି ନ ରଖିଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ହେବ |