ଆମଭାରତ ( ଚଣ୍ଡିଖୋଲ ) ୧୪/୪ : ଏଟିଏମ ମେସିନଟି ଚୋରୀ ହୋଇଯିବା ଘଟଣା ଆଜି ଯାଜପୁର ଚଣ୍ଡିଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ସହରରେ ଥିବା ଏକ ଏଚଡିଏଫସି ବ୍ୟାଙ୍କ ଏଟିଏମ ରାତାରାତି ଗାଏବ ହୋଇଯାଇଛି । ସକାଳୁ ଲୋକମାନେ ଏଟିଏମ ଭିତରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ କିନ୍ତୁ ଏଟିଏମ କାଉଣ୍ଟରରେ ଏଟିଏମ ମେସିନ୍ ହିଁ ନଥିଲା । ଯାହାକୁ ଦେଖି ଲୋକମାନେ ତାଜୁବ ହୋଇଯାଇଥିଲେ ।ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ ହେବାପରେ ଘଟଣା ସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଏଟିଏମରେ କେତେ ଟଙ୍କା ଥିଲା ତାହା ଏବେ ବି ମଧ୍ୟ ଅସ୍ପଷ୍ଟ ରହିଛି । ତେବେ ରାଜ୍ୟରେ ବାରମ୍ବାର ଏଟିଏମ ଲୁଟ ଘଟଣା ଘଟୁଥିବାରୁ ଏଗୁଡ଼ିକର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏତେବଡ଼ ମେସିନକୁ ଚୋରମାନେ କିପରି ନେଇଗଲେ ଓ ପୁଲିସ ଜାଣିପାରିଲା ନାହିଁ ତାହାକୁ ନେଇ ସ୍ଥାନୀୟ ଅଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ସେପଟେ ଏନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ତରଫରୁ କୌଣସି ସୂଚନା ମିଳିପାରି ନାହିଁ ।
HDFC ATM ରୁ ମେସିନ ଚୋରୀ l
