Odisha Latest Breaking News & Current Headlines

କବାଡି ଓ ଫୁଟବଲ ପରେ ହକିଟିମ ମାଲିକ ହେବା ର ଆଶା ଅଭିଷେକ ବଚ୍ଚନଙ୍କର l

0

ଆମଭାରତ ( ଭୁବନେଶ୍ବର ) ୧୩|୪: ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମଠାରେ ଚାଲିଥିବା ସୁପର କପ ଫୁଟବଲର ଫାଇନାଲରେ ଯୋଗ ଦେବା ପାଇଁ ଆଜି ଅଭିନେତା ଅଭିଷେକ ବଚ୍ଚନ ଭୁବନେଶ୍ବରରେ ପହଞ୍ଚିଥିଲେ । ଆଜି ସୁପର କପରେ ଚେନ୍ନାଇଏନ ଏଫସି ଏବଂ ଗୋଆ ଏଫସି ମଧ୍ୟରେ ଫାଇନଲ ମ୍ୟାଚ ରାତି ୮ଟାରେ ଅନୁଷ୍ଠିତ ହେବ । ଅଭିଷେକ ବଚ୍ଚନ ହେଉଛନ୍ତି ଚେନ୍ନାଇଏନ ଏଫସିର ମାଲିକ ।ଆଜିର ପାଇନାଲ ମ୍ୟାଚରେ ଚେନ୍ନାଇଏନ ଏଫସି ଭଲ ପ୍ରଦର୍ଶନ କରିବ ବୋଲି ଅଭିଷେକ ଭୁବନେଶ୍ବରରେ ପହଞ୍ଚିବାପରେ ସାମ୍ବାଦିକଙ୍କୁ କହିଛନ୍ତି ।  ଫୁଟବଲ ସହ ଅଭିଷେକ ପୁନେ ପଲଟନ କବାଡି ଦଳର ମଧ୍ୟ ମାଲିକ ଅଛନ୍ତି । ତେଣୁ ହକି ଜାତୀୟ ଖେଳ ହୋଇଥିବାରୁ ଆଗାମୀ ଦିନରେ ଏକ ହକି ଟିମ ଗଢିବା କଥା ଚିନ୍ତା କରୁଛନ୍ତି ବୋଲି ଅଭିଷେକ କହିଛନ୍ତି ।

Leave A Reply

Your email address will not be published.