ଆମଭାରତ( ଭୁବନେଶ୍ବର )୧୦|୪: ଇଂଜିନିୟର ଇନ ଚିଫ(ଆଆଇସି)ଙ୍କ କାର୍ଯ୍ୟାଳୟର ଜଣେ ଆସିଷ୍ଟାଣ୍ଟ ସେକସନ ଅଫିସର(ଏଏସଓ) ୮୦୦୦ ହଜାର ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଧରାପଡିଥିବା ଏଏସଓ ହେଲେ ଦିଲ୍ଲୀପ କୁମାର ବିଶୋଇ ।କେନ୍ଦୁଝର ଜିଲ୍ଲାର ଯତିରଂଜନ ଗଣପତି ଦେହୁରୀନାମକ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ଲାଂଚ ନେଲାବେଳେ ସେ ଧରାପଡିଛନ୍ତି । ଯତିରଂଜନଙ୍କ ପାଇଁ ଏ କ୍ଲାସ କଣ୍ଟ୍ରାକ୍ଟର ଲାଇସେନ୍ସ କରାଇଦେବା ପାଇଁ ସେ ଏହି ଲାଂଚ ଦାବି କରିଥିବା ଭିଜିଲାନ୍ସ ପାଖରେ ଖବର ଥିଲା । ଦିଲ୍ଲୀପ ବିଶୋଇ କଂଟ୍ରାକ୍ଟରଙ୍କଠୁ ଟଙ୍କା ଧରିବା ମାତ୍ରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡି ବସିଥିଲେ । ଦିଲ୍ଲୀପଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାବେଳେ,quarter nu E/49/5 ରେଣ୍ଟାଲ କଲୋନୀରେ ଥିବା ତାଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢଉ ଜାରୀ ରହିଛି ।