ଆମଭାରତ ( ଝାରସୁଗୁଡ଼ା ) 10/4 : ଝାରସୁଗୁଡ଼ା ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ବଡଧରଣର ଅଗ୍ନିକାଣ୍ଡ ଘଟିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ୫ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁସ ହେଇଯାଇଛି। ସୂଚନା ଅନୁଯାୟୀ (ବୁଧବାର) ସକାଳ ୧୧.୪୫ ସମୟରେ ଝାରସୁଗୁଡ଼ା ବସଷ୍ଟାଣ୍ଡକୁ ଲାଗିକରିଥିବା ଏକ ହାର୍ଡୱାର ଦୋକାନରେ ବିଦ୍ୟୁତ ସର୍ଟସର୍କିଟ ହୋଇଥିଲା। ୫ଟି ଦୋକାନ ସର୍ମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା। ଘଟଣାସ୍ଥଳରେ ଝାରସୁଗୁଡ଼ା ଅଗ୍ନିଶମ କାର୍ଯ୍ୟାଳୟରୁ ତିନୋଟି ଫାୟାର ଇଞ୍ଜିନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ୫ଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଥିବା ଜଣାପଡ଼ିଛି।